ସମବାୟ ବ୍ୟାଙ୍କରେ ଦୁର୍ନିତି ହୋଇଛି : ଡଃ ରାଉତ

0

ଭୁବନେଶ୍ୱର : ଚାରା ଓ ଓମଫେଡ ଦୁର୍ନିତି ପ୍ରସଙ୍ଗ ଉଠାଇବା ପରେ ରାଜ୍ୟରେ ସମବାୟ ବ୍ୟାଙ୍କରେ ଦୁର୍ନିତି ହୋଇଥିବା ଶନିବାର ପୂର୍ବତନ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ କହିଛନ୍ତି। ରାଜ୍ୟରେ ସମବାୟ ବ୍ୟାଙ୍କରେ ଦୁର୍ନିତି ତଦନ୍ତ ପାଇଁ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ଏହାକୁ ପାଳନ କରାଗଲାନି ବୋଲି ଡଃ ରାଉତ ମତ ଦେଇଛନ୍ତି। ସମବାୟ ମନ୍ତ୍ରୀ ହେବା ଆଗରୁ ସମବାୟ ଦୁର୍ନିତିର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ଏହି ଘଟଣାରେ ସମବାୟ ବ୍ୟାଙ୍କ ସଭାପତି ଯଜ୍ଞେଶ୍ବର ବାବୁ ଜେଲ ଯାଇଥିଲେ। ଅନେକ କର୍ମଚାରୀ କାର୍ଯ୍ୟରୁ ସସ୍‍ପେଣ୍ଡ ଓ ଡିସମିସ ମଧ୍ୟ ହୋଇଥିଲେ। ସେହି ସମୟରେ ସମବାୟ ବ୍ୟାଙ୍କ ଏମଡି ତୁଷାରକାନ୍ତି ପଣ୍ଡା ହାଇକୋର୍ଟରୁ ଅର୍ଡର ଆଣିଥିଲେ। ଯାହାଫଳରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଗଲାନାହିଁ। ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ତତ୍କାଳୀନ ସମବାୟ ବ୍ୟାଙ୍କ ଏମଡି ତୁଷାରକାନ୍ତି ପଣ୍ଡା କହିଛନ୍ତି, ଦାମ ବାବୁଙ୍କ ଅଭିଯୋଗ ଅପ୍ରସାଙ୍ଗିକ ଓ ଭିତ୍ତିହୀନ। ସମସ୍ତ ନିଷ୍ପତ୍ତି ସରକାରଙ୍କ ନିର୍ଦ୍ଦେଶରେ ହେଉଥିଲା।
ରାଜ୍ୟର ସବୁ ସୋସାଇଟିକୁ କମ୍ପ୍ୟୁଟରାଇଜ କରିବାପାଇଁ ଓଡିଶା ସରକାର ୩୭ କୋଟି ଟଙ୍କା ଦେଇଥିଲେ। ଏହି କମ୍ପ୍ୟୁଟର କିଣାରେ ଦୁର୍ନିିତି ହୋଇଛି ବୋଲି ଡଃ ରାଉତ କହିଛନ୍ତି।

Leave A Reply