ବଜ୍ରାଘାତରେ ଯୁବକ ମୃତ , ଜଣେ ମହିଳା ଆହତ

ରାଉରକେଲା – ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସହରର ମାଲଗୋଦାମ ଅଞ୍ଚଳରେ ଏହି ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପବନ ସହ ଏଠାରେ ବଜ୍ରାଘାତ ହୋଇଥିଲା ।

ଯୁବକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.