www.samajalive.in
Saturday, December 6, 2025
15.1 C
Bhubaneswar

ରାଉରକେଲାରେ ଟ୍ରେନ ଯୋଗେ ପହଞ୍ଚିଲେ ପ୍ରବାସୀ

ରାଉରକେଲା : ଆନ୍ଧ୍ରପ୍ରଦେଶର ତିରୁଭିଲା ଷ୍ଟେସନରୁ ଗତକାଲି କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଗୁରୁବାର ସନ୍ଧ୍ୟାରେ ଆସି ରାଉରକେଲା ଷ୍ଟେସନରେ ପହଞ୍ଚିଛି । ମୋଟ ୫୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲାରେ ପହଞ୍ଚିବାପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୪ ଜଣ ଦେବଗଡ ଜିଲା, ୧୩ ଜଣ ସୁନ୍ଦରଗଡ଼ ଜିଲାର ହୋଇଥିବା ବେଳେ ୨ ଜଣ ଝାରସୁଗୁଡା ଜିଲାର ଅଟନ୍ତି। ପରେ ସେମାନଙ୍କୁ ଖାଦ୍ୟ ଓ ମାସ୍କ ଆଦି ପ୍ରଦାନ କରାଯାଇଥିଲା। ବିଭିନ୍ନ ଜିଲା ଓ ବ୍ଲକକୁ ପ୍ରବାସୀଙ୍କୁ ନେଇ ଯିବାଲାଗି ପ୍ରଶାସନ ପକ୍ଷରୁ ବସର ବ୍ୟବସ୍ଥା କରାଯାଇଥିଲା।ଉକ୍ତ ବସରେ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।

- Advertisement -

ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକକୁ ଯାଇଥିବା ପ୍ରବାସୀ ମାନେ ନିଜ ନିଜ ବ୍ଲକ ରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଲାଗି କରାଯାଇଥିବା ବ୍ୟବସ୍ଥାରେ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଡିଆଇଜି କବିତା ଜଲାନ, ଏସପି କେ. ଶିବା ସୁବ୍ରମଣି, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା, ଏଡି ଏମ ଆବୋଲି ସୁନୀଲ ନରବଣେ, ଡିଆରଡିଏ ପିଡ଼ି ଭୈରବ ସିଂ ପଟେଲ, ଆର ଏମ ସି ଉପାୟୁକ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories