www.samajalive.in
Sunday, December 7, 2025
16.1 C
Bhubaneswar

ଆସନ୍ତାକାଲି ଠାରୁ ଜନ ସେବା କେନ୍ଦ୍ରରେ ଟିକେଟ୍ ବୁକିଂ ସୁବିଧା, ଅଧିକ ଟ୍ରେନ୍ ଚଳାଚଳ କରିବ : ପୀୟୂଷ ଗୋୟଲ

-ଭାରତୀୟ ରେଳବାଇ ମଧ୍ୟ ଖୁବ ଶୀଘ୍ର ଅଫଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।
-ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନଗୁଡ଼ିକରେ ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକିଂ ଆରମ୍ଭ ହେବ।
– ବୁକିଂର ଦୁଇ ଘଣ୍ଟା ମଧ୍ୟରେ ପ୍ରଥମ ୭୩ଟି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ୧,୪୯,୦୨୫ ଟିକେଟ୍ ବୁକ୍ କରାଯାଇଥିଲା ।

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଶୁକ୍ରବାରଠାରୁ ୧.୭ ଲକ୍ଷ ଜନସେବା କେନ୍ଦ୍ରରେ ଟିକେଟ ବୁକିଂ ସୁବିଧା ଉପଲବ୍ଧ ହେବ ଓ ଅଧିକ ରେଳ ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ।

- Advertisement -

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର ଦିନ ଏକ ବଡ ଘୋଷଣା କରିଛନ୍ତି, ଯାହା ଯାତ୍ରୀମାନଙ୍କୁ ଆରାମ ପ୍ରଦାନ କରିବ। ସେ କହିଛନ୍ତି ଯେ ଭାରତକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାର ସମୟ ଆସିଛି। ଆମେ ଖୁବ୍ ଶୀଘ୍ର ଅଧିକ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିବୁ । କେବଳ ଏତିକି ନୁହେଁ ଭାରତୀୟ ରେଳବାଇ ଅଫଲାଇନରେ ଟିକେଟ ବୁକିଂ ଆରମ୍ଭ କରିବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ୨୨ମଇ ଠାରୁ ଏହି ସୁବିଧା ପ୍ରାୟ ୧.୭ ଲକ୍ଷ ସେବା କେନ୍ଦ୍ର ଅର୍ଥାତ୍ ଦେଶର ସାଧାରଣ ସେବା କେନ୍ଦ୍ର (ସିଏସସି)ରେ ଉପଲବ୍ଧ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟେସନଗୁଡିକର ଟିକେଟ୍ କାଉଣ୍ଟରରେ ଦୁଇରୁ ତିନି ଦିନ ମଧ୍ୟରେ ଟିକେଟ୍ ବୁକିଂ ଆରମ୍ଭ ହେବ । ବର୍ତ୍ତମାନ ଯାତ୍ରୀ ମାନେ ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରରେ ଟିକେଟ୍ ପାଇନାହାଁନ୍ତି । ଆମେ ଏ ଦିଗରେ ଅନୁଧ୍ୟାନ କରୁଛୁ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେଉଛି । ସାଧାରଣ ସେବା କେନ୍ଦ୍ରଗୁଡ଼ିକ ହେଉଛି ଗ୍ରାମାଞ୍ଚଳ ଏବଂ ସୁଦୂର ସ୍ଥାନରେ ସରକାରଙ୍କ ଇ-ସେବା ଯୋଗାଉଥିବା କେନ୍ଦ୍ର।

ଆଜିଠାରୁ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ୭୩ଟି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ୧,୪୯,୦୨୫ ଟିକେଟ୍ ବୁକିଂର ଦୁଇ ଘଣ୍ଟା ମଧ୍ୟରେ ବୁକ୍ କରାଯାଇଥିଲା।

ରେଳବାଇ ବୁଧବାର ଦିନ ୧୦୦ ଯୋଡା ଯାତ୍ରୀବାହୀ ଟ୍ରେନର ଏକ ତାଲିକା ପ୍ରକାଶ କରିଛି ଯାହା ଜୁନ୍ ୧ରୁ କାର୍ୟ୍ୟକ୍ଷମ ହେବ। ଏଥିମଧ୍ୟରେ ଦୂରନ୍ତୋ, ସଂପର୍କ କ୍ରାନ୍ତି, ଜନ ଶତାବ୍ଦି ଏବଂ ପୂର୍ବା ଏକ୍ସପ୍ରେସ ଭଳି ଲୋକପ୍ରିୟ ଟ୍ରେନ୍ ଅନ୍ତର୍ଭୁକ୍ତ। ପୂର୍ବରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ରେଳବାଇ କହିଥିଲା ଯେ ଏହି ଟ୍ରେନଗୁଡ଼ିକ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହେବ। କିନ୍ତୁ ଗୁରୁବାର ଦିନ ସେ କହିଛନ୍ତି ଯେ ଏହି ଟ୍ରେନରେ ଉଭୟ ଏସି ଏବଂ ଅଣ ଏସି କୋଚ୍ ରହିବ ଯାହା ସମ୍ପୂର୍ଣ୍ଣ ସଂରକ୍ଷିତ ରହିବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories