www.samajalive.in
Saturday, December 6, 2025
15.1 C
Bhubaneswar

ଦୃଢ଼ ଇଚ୍ଛାଶକ୍ତି ବଳରେ ମହିଳାମାନେ ନିଜକୁ ସଶକ୍ତ କରିପାରିବେ

କଟକ : ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ମହିଳାମାନେ ନିଜକୁ ସଶକ୍ତ କରିପାରିବେ ବୋଲି ଆନ୍ତର୍ଜାତିକ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଗୋଲ ଟେବୁଲ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ଅତିଥି ମତ ବ୍ୟକ୍ତ କରିଛନ୍ତି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଶୁକ୍ରବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ “ସାମାଜିକ ଓ ଆର୍ଥିକ ସଂସ୍କାର ପାଇଁ ମହିଳା ସଶକ୍ତିକରଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି ଆଲୋଚନା ଚକ୍ରରେ ମତ ରଖି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ମୃତିପ୍ରଭା ଦାସ କହିଥିଲେ ଯେ, ଦୃଢ଼ ଇଚ୍ଛା ଶକ୍ତି ହିଁ ନାରୀକୁ ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସହାୟତା କରିବ। ଫଳରେ ସେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିବ।

PIC. Courtesy : PIB

ଏଥିରେ ଯୋଗଦେଇ ବିଶିଷ୍ଟ ଲେଖିକା ଡଃ ଲକ୍ଷ୍ମୀ ଚାନ୍ଦ କହିଥିଲେ ଯେ, ଗ୍ରାମାଞ୍ଚଳ ମହିଳାମାନଙ୍କ ଆର୍ଥିକ ବିକାଶରେ ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବାର ଆବଶ୍ୟକତା ରହିଛି। ବିଶିଷ୍ଟ କ୍ରୀଡାବିତ ଅନୁରାଧା ବିଶ୍ୱାଳ ଏଥିରେ ଯୋଗଦେଇ ମହିଳାମାନେ ନିଜର ହିନମନ୍ୟତା ଦୂର କରି ନିରବଛିନ୍ନ ଉଦ୍ୟମ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ବୋଲି କହିଥିଲେ। ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ଲେଖିକା ତଥା ସମାଜସେବୀ ଡଃ ଇତିରାଣୀ ସାମନ୍ତ କହିଥିଲେ ଯେ, ମହିଳା ସଶକ୍ତିକରଣ ଚେତନା ଭାରତୀୟ ସଂସ୍କୃତିର ଏକ ଅଂଶବିଶେଷ। ପୁରାଣ ଓ ମହାଭାରତର ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ଅନୁପ୍ରାଣୀତ ହୋଇ ମହିଳାମାନେ ନିଜ ସାଧନାରେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।
ସେହିପରି ଲୋକପ୍ରିୟ ଚଳଚିତ୍ର ତାରକା ଅନୁ ଚୌଧୁରୀ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି କ୍ଷେତ୍ରରେ ମହିଳାମାନଙ୍କ ଆୟ ବୃଦ୍ଧିରେ ବୈଷୟିକ ଜ୍ଞାନର ଉପଯୋଗ ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଅଂଶଗ୍ରହଣ କରି ଅନ୍ୟତମ ସଫଳ ମହିଳା ଶିଳ୍ପଦ୍ୟୋଗୀ ଡ. ଚିଦାତ୍ମିକା ଖଟୁଆ ବିଶେଷଭାବେ ଆଦିବାସୀ ମହିଳାମାନଙ୍କ କର୍ମ ନିପୁଣତାର ସ୍ୱୀକୃତି ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -
Pic. Courtesy : PIB

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମାଜସେବୀ ଲିଙ୍କନ ସୁବୁଦ୍ଧି, ବିଶିଷ୍ଟ ଗାୟିକା ଅନ୍ତରା ଚକ୍ରବର୍ତୀ ଓ କବି ତଥା ବୁଦ୍ଧିଜୀବୀ ଡଃ ହୁସେନ ରବି ଗାନ୍ଧୀ ଉଦବୋଧନ ଦେଇ ଆନ୍ତର୍ଜାତିକ ମହିଳା ଦିବସର ତାତ୍ପର୍ଯ୍ୟ ଓ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ ଗଣ ଯୋଗାଯୋଗ ଅଧିକାରୀ ଡଃ ପ୍ରଦୀପ କୁମାର ଚୌଧୁରୀ ଏହି ଆଲୋଚନା ଚକ୍ରରେ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ବିଭିନ୍ନ ପ୍ରଶ୍ନର ଉତର ବକ୍ତାମାନେ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories