www.samajalive.in
Sunday, December 14, 2025
14.1 C
Bhubaneswar

ରୁଟି ମସଲା ଅଣ୍ଡା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ପାଣି – ଆବଶ୍ୟକ ପରିମାଣରେ
ବଟର – ୪ଚାମଚ
କଟା ରସୁଣ – ୪ଟି
କଟା ପିଆଜ – ୧ଟି
କଟା କଞ୍ଚାଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଅଳ୍ପ
କଟା ଅଦା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଣ୍ଡା – ୪ଟି
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରସୁଣ, ଅଦା, ପିଆଜ, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ପୁଣି ଗୋଳାନ୍ତୁ। ଏବେ ଏଥିରେ ଅଣ୍ଡା ଭ।ଙ୍ଗି ପକାଇ ଭୁଜିଆ ପ୍ରସ୍ତୁତ କରନ୍ତୁ। ଭୁଜିଆ ହୋଇ ଆସିଲେ ଏଥିରେ ଧନିଆପତ୍ର, ଗରମ ମସଲା ପକାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଅଟାକୁ ଭଲ ଭାବେ ଦଳି ୧୦ ମିନିଟ ଚକଟାକୁ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏହି ଚକଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ରୁଟି ଆକୃତିର ବେଲି ଏହା ମଧ୍ୟରେ ପ୍ରସ୍ତୁତ ଭୁଜିଆକୁ ଭର୍ତ୍ତି କରି ଏହାକୁ ପରଟା ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ବଟର ଲଗାଇ ପରଟାକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ରୁଟି ମସଲା ଅଣ୍ଡା ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories