ସମାଜଲାଇଭ ଡେସ୍କ: ଦିନିକିଆ କ୍ରିକେଟରେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ ଇଣ୍ଡିଆର ହିଟ୍ ମ୍ୟାନ ରୋହିତ ଶର୍ମା। ସେ ବିଶ୍ଵର ପ୍ରଥମ ଖେଳାଳି ଭାବେ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କ ନାମରେ ଥିବା ଏହି ରେକର୍ଡକୁ ରୋହିତ ରବିବାର ରାଞ୍ଚିରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାଙ୍ଗିଛନ୍ତି।
ରୋହିତ ଏହି ମ୍ୟାଚରେ ୩ଟି ଛକା ମାରିଥିଲେ। ଯାହାଫଳରେ ତାଙ୍କ ନାମରେ ରହିଥିବା ମୋଟ ଛକା ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଆଫ୍ରିଦି ୩୫୧ ଛକା ସହିତ ୨ୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ୨ୟ ସ୍ଥାନରେ ରହିଛନ୍ତି। ଗେଲ୍ଙ୍କ ନାମରେ ୩୩୧ ଛକା ରହିଛି।



