www.samajalive.in
Saturday, December 6, 2025
23.1 C
Bhubaneswar

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍‌ ମାଡ଼: ଜଣେ ମୃତ, ୫ ଆହତ

ଇମ୍ଫାଲ: ଗତ ଦେଢ ବର୍ଷ ଧରି ମଣିପୁରରେ ହିଂସା ଜାରି ରହିଛି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ବିଷ୍ଣୁପୁରର ମୋଇରଙ୍ଗ ଅଞ୍ଚଳରେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ୍ କୋଇରେଙ୍ଗଙ୍କ ବାସଭବନ ପରିସରରେ ରକେଟ୍ ମାଡ ହୋଇଛି। ଜିଲାରେ ଗୋଟିଏ ଦିନରେ ଏହା ଦ୍ୱିତୀୟ ରକେଟ୍ ଆକ୍ରମଣ। ଏହାପୂର୍ବରୁ ରାଜଧାନୀ ଇମ୍ଫାଲଠାରୁ ୪୫ କିଲୋମିଟର ଦୂରରେ ଥିବା ଟ୍ରୋଙ୍ଗ୍‌ଲାଓବିର ତଳିଆ ଆବାସିକ ଅଞ୍ଚଳ ଆଡ଼କୁ ନିକଟସ୍ଥ ପାହାଡ଼ରୁ ଏକ ରକେଟ୍ ମାଡ କରାଯାଇଥିଲା।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories