www.samajalive.in
Saturday, December 6, 2025
19.1 C
Bhubaneswar

ଆନ୍ତର୍ଜାତିକ କ୍ରିକେଟ୍‌ରୁ ରବିନ୍‍ସନ ନିଲମ୍ବିତ

ଲଣ୍ଡନ୍‍: ୯ ବର୍ଷ ତଳେ ଟ୍ବିଟରରେ ଜାତିଆଣ ଆକ୍ଷେପ କରିବା ସହ ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଇଂଲଣ୍ଡର ନବାଗତ ଫାଷ୍ଟ ବୋଲର ଓଲି ରବିନ୍‌ସନ ଆନ୍ତର୍ଜାତିକ କ୍ରିକେଟ୍‌ରୁ ସାମୟିକ ନିଲମ୍ବିତ ହୋଇଛନ୍ତି। ରବିନ୍‌ସନ ୨୦୧୨ ଓ ୨୦୧୩ରେ କ୍ରମାଗତ ଭାବେ ଆପତ୍ତିଜନକ ଟ୍ବିଟ୍‌ କରିଥିଲେ। ଏହାର ତଦନ୍ତ ପାଇଁ ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ଏକ କମିଟି ଗଠନ କରିଛି। ଏହି କମିଟିର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ରବିନ୍‌ସନ କୌଣସି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିପାରିବେ ନାହିଁ। ରବିନ୍‌ସନଙ୍କୁ ଇସିବି ତୁରନ୍ତ ଇଂଲଣ୍ଡ ଦଳ ଛାଡ଼ି କାଉଣ୍ଟି ସସେକ୍ସରେ ଯୋଗଦେବାକୁ ନିର୍ଦେଶ ଦେଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପଦାର୍ପଣ କରି ୪ଟି ଓ ୩ଟି- ମୋଟ ୭ଟି ୱିକେଟ ନେବା ସହ ରବିନ୍‌ସନ ୪୨ ରନ୍ ସ୍କୋର୍ କରିଥିଲେ। ଗୁରୁବାରଠାରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‌ ଖେଳିବାରୁ ବଞ୍ଚିତହେବେ। ୮/୯ ବର୍ଷ ତଳେ ଜଣେ ୧୮ ବର୍ଷ ବୟସ୍କ ରବିନ୍‍ସନ ଏକାଧିକ ବର୍ଣ୍ଣବୈଷମ୍ୟ ଓ ମହିଳାଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ୍‍ କରିଥିଲେ। କିଛିଦିନ ତଳେ କେହି ଜଣେ ଉକ୍ତ ବିବାଦୀୟ ଟ୍ୱିଟ୍‍ର ସିରିଜ୍‍କୁ ପ୍ରଘଟ କରିଥିଲେ। ଏଗୁଡ଼ିକ ସାମାଜିକ ଗଣମାଧ୍ୟମ ଜରିଆରେ ସାରାବିଶ୍ବରେ ଦ୍ରୁତ ପ୍ରସାରିତ ​‌ହୋଇଥିଲା। ସାରା କ୍ରିକେଟ୍‍ ଦୁନିଆ ଏପରି ଆପତ୍ତିଜନକ ଟ୍ୱିଟ୍‍କୁ ବିରୋଧ କରିଥିଲେ। ଓଲି ରବିନ୍‍ସନ ତାଙ୍କର ଏପରି ଟ୍ୱିଟ୍‍ ପାଇଁ ସାମାଜିକ ଗଣମାଧ୍ୟରେ ଲିଖିତ ଭାବେ କ୍ଷମାପ୍ରାର୍ଥନା କରିଥିଲେ। ପରେ ଇସିବିକୁ ଏବଂ ସାଥୀ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଥିଲେ। ହେଲେ ଏତିକିରେ ଇଂଲଣ୍ଡ ଏଣ୍ଡ ୱେଲ୍‍ସ କ୍ରିକେଟ୍‍ ବୋର୍ଡ ସନ୍ତୁଷ୍ଟ ନୁହେଁ। ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟ ସହ ଭାରତ ବିପକ୍ଷ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରୁ ମଧ୍ୟ ରବିନ୍‍ସନ୍‍ ବାଦ୍‍ ପଡ଼ିପାରନ୍ତି ବୋଲି ଜଣାପଡ଼ିଛି। ରବିନ୍‍ସନଙ୍କୁ ଇସିବି ଅଧିକ ଦଣ୍ଡ ଦେଇପାରେ। ତେଣୁ ଚମତ୍କାର ପ୍ରଦର୍ଶନ ସହ ଟେଷ୍ଟ ଜୀବନ ଆରମ୍ଭ କରିଥିବା ଫାଷ୍ଟବୋଲର ରବିନ୍‍ସନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories