www.samajalive.in
Sunday, December 7, 2025
16.1 C
Bhubaneswar

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌, ଅକ୍ଟୋବର ୧୫ରେ ଫାଇନାଲ

ନୂଆଦିଲ୍ଲୀ: ବିସିସିଆଇ ମଧ୍ୟସ୍ଥ ଏକ ସୂତ୍ରରୁ ପ୍ରକାଶ ଯେ ଏହା ଆଇପିଏଲ୍‌ର ୨ୟ ଚରଣର ଖେଳସୂଚୀ ଚୂଡ଼ାନ୍ତ କରିସାରିଛି। ୟୁଏଇର ୩ଟି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ୨୦୨୧ ଆଇପିଏଲ୍‌ର ବାକିଥିବା ୩୧ଟି ମ୍ୟାଚ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭହେବ। ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ୨୦୨୧ର ଆଇପିଏଲ୍‌ ନିର୍ଦ୍ଧାରିତ ସମୟରେ ଭାରତରେ ଆୟୋଜନ ହୋଇଥିଲା। ତେବେ କିଛି ଖେଳାଳି ଏବଂ ଆଇପିଏଲ୍‌ ସହ ସମ୍ପୃକ୍ତ କିଛି ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ଆଇପିଏଲ୍‌କୁ ସ୍ଥଗିତ ରଖା ଯାଇଥିଲା। ମେ’ ୪ରେ ଆଇପିଏଲ୍‌ ସ୍ଥଗିତ ରହିବା ବେଳକୁ ୨୯ଟି ମ୍ୟାଚ୍‌ ଖେଳା ସରିଥିଲା। ଏହାପରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ସମ୍ପନ୍ନ ପାଇଁ ବିସିସିଆଇ ସୁଯୋଗ ଖୋଜିଥିଲା। ଇଂଲଣ୍ଡ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ପରି ଦେଶରେ ଆଇପିଏଲ୍‌ର ୨ୟ ଚରଣ ଖେଳାଯିବାର ପ୍ରୟାସ କରିବା ପରେ ଗତବର୍ଷ ସମ୍ପୂର୍ଣ୍ଣ ଆଇପିଏଲ୍‌ ଖେଳା ଯାଇଥିବା ୟୁଏଇକୁ ଆଇପିଏଲ୍‌ ଆୟୋଜକ ଭାବେ ବିସିସିଆଇ ବାଛିଥିଲା।

ୟୁଏଇର ୩ଟି ସହରରେ ଆଇପିଏଲ୍‌ର ଅବଶିଷ୍ଟ ୩୧ଟି ମ୍ୟାଚ୍‌ ଖେଳାଯିବ। ଏହି ୩ଟି ସହର ହେଲେ ଦୁବାଇ, ଆବୁଧାବି ଓ ଶାରଜା। ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ ଏହି ୩୧ଟି ମ୍ୟାଚ୍‌ ୨୫ ଦିନ ମଧ୍ୟରେ ସମାପ୍ତ ହେବ। ଅର୍ଥାତ୍ ୨୭ଟି ଲିଗ୍ ମ୍ୟାଚ୍‌କୁ ୧୯ ଦିନ ମଧ୍ୟରେ ସମାପ୍ତ କରିବାକୁ ହେବ। ଶେଷ ୬ ଦିନରେ ୩ଟି ପ୍ଲେଅଫ୍ ଓ ଗୋଟିଏ ଫାଇନାଲ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ର ଆୟୋଜକ ଦେଶ ଓ ଖେଳସୂଚୀ ନିର୍ଦ୍ଧାରଣ ପରେ ବିସିସିଆଇ ଆଗରେ ଆଉ ଏକ ଆହ୍ବାନ ହେଉଛି ବିଦେଶ ତାରକାଙ୍କୁ ଆଇପିଏଲ୍‌ର ୨ୟ ଚରଣ ଖେଳାଇବା। କାରଣ ବ୍ୟସ୍ତବହୁଳ ଆନ୍ତର୍ଜାତିକ ଖେଳସୂଚୀ ଯୋଗୁଁ ବହୁତ ବିଦେଶୀ ଖେଳାଳି ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ଅନିଚ୍ଛୁକ ଅଛନ୍ତି। କେବଳ ଏତିକି ନୁହେଁ; କିଛି ଦେଶର କ୍ରିକେଟ୍‌ ବୋର୍ଡ ମଧ୍ୟ ସେମାନଙ୍କ ଖେଳାଳିଙ୍କୁ ଆଇପିଏଲ୍‌ର ବାକି ମ୍ୟାଚ୍‌ ଖେଳିବାକୁ ୟୁଏଇକୁ ପଠାଇବା ଲାଗି ପ୍ରସ୍ତୁତ ନୁହନ୍ତି। କାରଣ ସେମାନଙ୍କର ଭୟ ହେଉଛି ଯେ ଖେଳାଳି କରୋନା ସଂକ୍ରମିତ ହୋଇପାରନ୍ତି କିମ୍ବା ଆହତ ହୋଇପାରନ୍ତି। ସେମାନେ ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ସେମାନଙ୍କ ଖେଳାଳିଙ୍କୁ ସୁସ୍ଥ ଓ ଫିଟ୍‌ ରଖିବାକୁ ଚାହାନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories