www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍‌ବଲ, ବାଂଲାଦେଶକୁ ୨-୦ରେ ହରାଇଲା ଭାରତ

ଦୋହା: ସୋମବାର ଏଠାରେ ଖେଳା ଯାଇଥିବା ଫିଫା ବିଶ୍ବକପ୍‌-୨୦୨୨ ଓ ଏସିଆନ କପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍‌ବଲ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଗ୍ରୁପ୍‌-ଇର ଏହି ମ୍ୟାଚ୍‌ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ୨ଟି ଗୋଲ୍‌ ବଳରେ ବାଂଲାଦେଶକୁ ୨-୦ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଫଳରେ ଗ୍ରୁପ୍‌-ଇରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ୭ଟି ମ୍ୟାଚ୍‌ରୁ ଭାରତ ଗୋଟିଏ ବିଜୟ ସହ ୬ ପଏଣ୍ଟ ପାଇଛି। ଭାରତର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଯିବା ସମ୍ଭାବନା ପ୍ରାୟ ନଥିବା ବେଳେ ଏସିଆନ କପ୍‌ ଯୋଗ୍ୟତା ହାସଲ ପାଇଁ ସୁଯୋଗ ସୃଷ୍ଟି କରିପାରିଛି।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତ ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳିଥିଲା। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ୦-୦ ସ୍ଥିତିରେ ଥିଲେ। ୮ମ ମିନିଟରେ ଭାରତକୁ କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା। ୧୫ ମିନିଟରେ ଭାରତର ମାନବୀର ଗୋଲ୍‌ ଦେବାର ସୁଯୋଗ ହାତଛଡ଼ା କରିଥିଲେ। ୩୫ ମିନିଟରେ ସୁନୀଲ ଛେତ୍ରୀଙ୍କ ହେଡର ବାହାରକୁ ଯାଇଥିଲା। ୬୩ ମିନିଟରେ ପୁଣି ଛେତ୍ରୀ ଗୋଲ୍‌ଦେବା ସୁଯୋଗ ହାତଛଡ଼ା କରିଥିଲେ। ୭୩ ମିନିଟରେ ଏକ କ୍ରସ୍‌ରୁ ବଲ୍‌ ପାଇଁ ସୁନୀଲ ଛେତ୍ରୀ ଗୋଲ୍‌ଦେଇ ଭାରତକୁ ଆଗୁଆ କରିଥିଲେ। ଇଞ୍ଜ୍ୟୁରି ସମୟରେ ଛେତ୍ରୀ ବ୍ୟକ୍ତିଗତ ତଥା ଭାରତ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ସୁରେଶଙ୍କ ପାସ୍‌ରୁ ଛେତ୍ରୀ ଏହି ଦର୍ଶନୀୟ ଗୋଲ୍‌ ସ୍କୋର୍‌ କରିଥିଲେ। ଏହି ପରାଜୟ ପରେ ବାଂଲାଦେଶ ଗ୍ରୁପ୍‌ର ଅନ୍ତିମ ସ୍ଥାନରେ ରହିଛନ୍ତି। ଜୁନ୍ ୧୫ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ପରବର୍ତ୍ତୀ ମ୍ୟାଚ୍ ଖେଳିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories