www.samajalive.in
Sunday, December 7, 2025
15.1 C
Bhubaneswar

ଟି୨୦ ବିଶ୍ବକପ୍‌ର ପୁରସ୍କାର ରାଶି ପାଇଲେ ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଖେଳାଳିଙ୍କୁ ଖୁସିଖବର ମିଳିଥିଲା। ବିଳମ୍ବରେ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ୮/୯ ଦିନ ତଳେ ମହିଳା ଖେଳାଳିଙ୍କୁ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପୁରସ୍କାର ରାଶି ବିସିସିଆଇ ପ୍ରଦାନ କରିସାରିଛି। ଏହି ବିଶ୍ବକପ୍‌ ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ହାରି ଭାରତ ରନର୍ସଅପ୍ ହୋଇଥିଲା। ରନର୍ସଅପ୍ ଦଳକୁ ଆଇସିସି ୫୦୦୦୦୦ ଡଲାର (ପ୍ରାୟ ୩ କୋଟି ୬୪.୫ ଟଙ୍କା)ପୁରସ୍କାର ରାଶି ପ୍ରଦାନ କରିଥିଲା।

ଏହି ଅର୍ଥକୁ ଆଇସିସି ସିଧାସଳଖ ବିସିସିଆଇକୁ ପ୍ରଦାନ କରିଥିଲା। ହେଲେ ବିସିସିଆଇ ଏହି ଅର୍ଥ ଖେଳାଳିଙ୍କୁ ପ୍ରଦାନ କରିନଥିଲା। ଏହି ଖବର ବ୍ରିଟେନ୍‌ର ସମ୍ବାଦପତ୍ର ‘ଟେଲିଗ୍ରାଫ୍‌’ରେ ପ୍ରକାଶ ପାଇବା ପରେ ସମସ୍ତେ ଜାଣିଥିଲେ। ତେବେ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଥିଲା ଯେ ଗତବର୍ଷଠାରୁ କରୋନା ଯୋଗୁଁ ମୁମ୍ବଇସ୍ଥିତ ବିସିସିଆଇର ମୁଖ୍ୟାଳୟ ବନ୍ଦ ରହିଥିଲା। ଏଥିପାଇଁ ଖେଳାଳି ଓ ଅନ୍ୟ ସେବା ପ୍ରଦାନକାରୀଙ୍କୁ ଅର୍ଥ ଦିଆ ଯାଇନଥିଲା। ହେଲେ ଜୁନ୍ ଶେଷ ସପ୍ତାହରେ ଖେଳାଳିଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ୧୫ ଜଣ ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ ପୁରୁସ୍କାର ରାଶିକୁ ବଣ୍ଟନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories