www.samajalive.in
Saturday, December 6, 2025
19.1 C
Bhubaneswar

ଅଧିକ ବିପଜ୍ଜନକ ହେବ ମୌସୁମୀ ; ପୂର୍ବାପେକ୍ଷା  ବୃଦ୍ଧିପାଇବ ଆର୍ଦ୍ରତା

ନୂଆଦିଲ୍ଲ: ମୌସୁମୀ ଋତୁ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି ଏବଂ ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧିପାଇବାରେ ଲାଗିଛି। ପ୍ରାୟ ଏକ ନିୟୁତ ବର୍ଷର ତଥ୍ୟକୁ ନେଇ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ ସବୁଜ ଗୃହ ବାଷ୍ପ ନିର୍ଗମନ ଏବଂ ସେହି କାରଣରୁ ବିଶ୍ୱ ପରିବେଶର ତାପମାତ୍ରା ବୃଦ୍ଧି ସହିତ ଉଷ୍ଣ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧି ଘଟୁଥିବାରୁ ମୌସୁମୀ ଋତୁରେ ବୃଷ୍ଟିପାତ ପରିମାଣ ଅଧିକ ହେବା ସହିତ ଏହା କ୍ରମଶଃ ଅଧିକରୁ ଅଧିକ ବିପଦ ସୃଷ୍ଟି କରୁଛି। ତାହାସହିତ ମୌସୁମୀ ର ଗତିବିଧି ସମ୍ପର୍କରେ ଅନୁମାନ ଲଗାଇବା ମଧ୍ୟ କଷ୍ଟକର ହୋଇଯାଉଛି।
ବୈଜ୍ଞାନିକଗଣ ବର୍ଷ ବର୍ଷ ଧରି ଜାଣିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ମୌସୁମୀ ଋତୁ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କଂପ୍ୟୁଟର ମଡେଲ ଆଧାରରେ ଅତୀତରେ କରାଯାଇଥିବା ଗବେଷଣାରୁ ଜଣାଯାଇଛି ଯେ ସବୁଜଗୃହ ବାଷ୍ପ ନିର୍ଗମନ କାରଣରୁ ବିଶ୍ୱର ତାପମାତ୍ରା ବୃଦ୍ଧି ସହିତ ଉଷ୍ଣ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧି ଗ୍ରୀଷ୍ମକାଳୀନ ମୌସୁମୀ ଋତୁ ଅସ୍ୱାଭାବିକ ହେବା ସହିତ ମାତ୍ରାଧିକ ବର୍ଷା ହେବ। ସାଇନ୍ସ ଆଡଭାନ୍ସ ନାମକ ଏକ ପତ୍ରିକାରେ ସଂପ୍ରତି ପ୍ରକାଶିତ ଏକ ରିପୋର୍ଟରେ ଗତ ପ୍ରାୟ ଏକ ନିୟୁତ ବର୍ଷର ତଥ୍ୟକୁ ଆଧାର କରି ଏହି ଆକଳନ ସତ ବୋଲି ଦର୍ଶାଇଛି। ସାଧାରଣତଃ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଋତୁ ରହୁଥିବାବେଳେ ଏହା ଦକ୍ଷିଣ ଏସିଆରେ ପ୍ରଚୁର ବୃଷ୍ଟିପାତ କରିଥାଏ, ଯାହା ଏହି ଅଞ୍ଚଳର କୃଷିଭିତ୍ତିକ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଜଳବାୟୁ ପରିବର୍ତ୍ତନ ଏହି ଅଞ୍ଚଳର ଦୃଶ୍ୟପଟ୍ଟ ଏବଂ ଇତିହାସରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଥିବା ଗବେଷଣା ରିପୋର୍ଟରେ କୁହାଯାଇଛି। ଗବେଷକମାନେ ବଙ୍ଗୋପସାଗରରେ ଖନନ କରି କାଦୁଅ ସଂଗ୍ରହ କରିବା ସହିତ ତାହାକୁ ନେଇ ଗବେଷଣା କରିଥିଲେ। ସୂଚନାଯୋଗ୍ୟ ଯେ ମୌସୁମୀ ଋତୁରେ ଭାରତୀୟ ଉପମହାଦେଶରୁ ମୃତ୍ତିକା କ୍ଷୟହୋଇ ବଙ୍ଗୋପସାଗରରେ ଜମା ହୋଇଥାଏ। ସେମାନଙ୍କ କହିବା କଥା ଯେ ମୌସୁମୀ ଋତୁରେ ପ୍ରଚୁର ପରିମାଣରେ ମଧୁର ଜଳ ସମୁଦ୍ରକୁ ପ୍ରବାହିତ ହୋଇ ଏହାର ଉପରିଭାଗରେ ଲବଣ ଅଂଶ ହ୍ରାସ କରିଥାଏ। ଏହାଦ୍ୱାରା ସେହି ଉପରିଭାଗରେ ରହିଥିବା ଶୈବାଳଗୁଡିକ ମରିଯାଉଛନ୍ତି ଏବଂ ନିମ୍ନଭାଗରେ ପରସ୍ତ ପରେ ପରସ୍ତ ଜମା ହେବାରେ ଲାଗିଛନ୍ତି। ଏହାକୁ ଗବେଷକମାନେ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେମାନଙ୍କ କହିବା କଥା ମଣିଷର ବିଭିନ୍ନ କାଯ୍ୟଁକଳାପ ଯୋଗୁ ସବୁଜ ଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି ଏବଂ ତାହା ଜଳବାୟୁକୁ ପ୍ରଭାବିତ କରୁଛି। କହିବାକୁ ଗଲେ ଏହା ସମୁଦାୟ ପରିବେଶ ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories