www.samajalive.in
Saturday, December 6, 2025
26.1 C
Bhubaneswar

ଅସଲି କୁକୁର ସାମ୍ନାକୁ ଆସିଲା ରୋବଟ କୁକୁର, ଆଉ ତା ପରେ…

ନୂଆଦିଲ୍ଲୀ : ପ୍ରଯୁକ୍ତିବିଦ୍ୟା ଦିନକୁ ଦିନ ଆଗକୁ ବଢୁଛି ଏବଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ଏହା ଆମ କାମକୁ ସରଳ କରିବା ସହିତ ବେଳେବେଳେ ଆମକୁ ଚକିତ ମଧ୍ୟ କରିଥାଏ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନେକ କୁକୁର ଏବଂ ଏକ ନକଲି ରୋବଟ କୁକୁର ନଜର ଆସୁଛି । ଅସଲି କୁକୁର ଏବଂ ନକଲି କୁକୁର ମଧ୍ୟରେ ଏକ ଛୋଟ ଧରଣର ଲଢେଇ ଏଥିରେ ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Dr. Mukesh Bangar (@dr.mukesh.bangar)

- Advertisement -

ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଦୃଶ୍ୟଟି ଆଇଆଇଟି କାନପୁରର ବୋଲି ଜଣାପଡିଛି । ଭିଡିଓରେ ଅସଲି କୁକୁର ରୋବଟ କୁକୁରକୁ ଦେଖି ଭୁକୁଛନ୍ତି ଏବଂ ଭୟ ମଧ୍ୟ କରୁଛନ୍ତି । ଶେଷରେ ରୋବର୍ଡ କୁକୁରଟି ଓଲଟି ପଡୁଥିବା ଦେଖିବାକୁ ମିଳୁଛି । ଭିଡିଓଟି ୩ ଦିନ ପୂର୍ବରୁ ସେୟାର କରାଯାଇଥିଲା । ଏଥିରେ ପ୍ରାୟ ୩ ଲକ୍ଷ ଭ୍ୟୁଜ୍ ମିଳିବା ସହିତ ୧୦ ହଜାର ଲାଇକ୍ସ ମିଳିଛି । ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କିଛି ଜଣ ଲେଖିଛନ୍ତି କି ଭବିଷ୍ୟତରେ ରାସ୍ତା ଘାଟରେ ରୋବର୍ଟ କୁକୁର ବୁଲିବେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories