www.samajalive.in
Saturday, December 6, 2025
23.1 C
Bhubaneswar

ମରଣଯନ୍ତା ପାଲଟିଛି ସିକୋ-ମୟୁରଝାଲିଆ ରାସ୍ତା 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସହିତ ନୟାଗଡ ଜିଲ୍ଲା ରଣପୁର ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନସ୍ଥ ସିକୋ-ମୟୁରଝାଲିଆ ରାସ୍ତା ପାଲଟିଛି ମରଣଯନ୍ତା । ପୂର୍ବରୁ ଏହି ରାସ୍ତାରେ ସିକୋ(ମନ୍ଦାକିନୀ) ନଈ ଏବଂ ରଣପୁର ନଈ ପାର ହୋଇ ବିଭିନ୍ନ ସ୍ଥାନକୁ ଲୋକମାନେ ବହୁ ଅସୁବିଧାରେ ଯା ଆସ କରୁଥିଲେ । ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୋକମାନଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ରାସ୍ତା ନିର୍ମାଣ କରିଥିଲେ । ଏହି ରାସ୍ତାଟି ୫ କି.ମି ହୋଇଥିବାବେଳେ ବେଗୁନିଆ ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ସାଢ଼େ ୩ କିମି ଏବଂ ରଣପୁର ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଦେଢ଼ କିମି ରାସ୍ତା ରହିଛି । ଏହି ରାସ୍ତା ଉପରେ ସିକୋ, ଶଗଡ଼ଭଙ୍ଗା, ବୋତଳମା, ହଜ, ହୀରାପୁର, ଟାଂକୋଳ, କମାଗୁରୁ ଏବଂ ମୟୁରଝାଲିଆ ପଞ୍ଚାୟତର ହଜାର ହଜାର ଲୋକ ଛାତ୍ରଛାତ୍ରୀ ଏବଂ ଚାଷୀମାନେ ନିର୍ଭର କରିଥାନ୍ତି । ଛାତ୍ରଛାତ୍ରୀମାନେ ମୟୁରଝାଲିଆ ଏବଂ କମାଗୁରୁ ଓ ରଣପୁର କଲେଜ ମୟୁରଝାଲିଆରେ ଥିବା ଉଚ୍ଚ ବିଦ୍ୟାଳୟ ସହିତ ସରସ୍ୱତୀ ଶିଶୁ ମନ୍ଦିର ଏବଂ ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ଯାଇଥାନ୍ତି । ଏଥି ସହିତ ଲୋକମାନେ ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ ଏବଂ ପଞ୍ଚାୟତ କାର୍ୟ୍ୟାଳୟ ସହିତ ଚାଷୀମାନେ ସେମାନେ ଉତ୍ପାଦନ କରୁଥିବା ପନିପରିବାକୁ ନେଇ ବିକ୍ରି କରିବା ପାଇଁ ଯାଇଥାନ୍ତି। କିନ୍ତୁ ଏହି ରାସ୍ତାରେ ନିୟମିତ ମାଙ୍କଡ଼ା ପଥର ଟ୍ରକ ସହିତ ଭାରି ଯାନ ଯିବା ଆସିବା କରିବା ଯୋଗୁଁ ରାସ୍ତାଟି ନଷ୍ଟ ହୋଇ ରାସ୍ତା ସାରା ଆଣ୍ଠୁଏ ଲେଖାଏଁ ଖାଲହୋଇ ପାଣିରେ ଭର୍ତ୍ତି ହୋଇଛି । ରାସ୍ତାଟି ନିର୍ମାଣ ହେବା ପରଠାରୁ ଏହି ରାସ୍ତାର ମରାମତି କାର୍ୟ୍ୟ କରା ଯାଇ ନଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦୁରାବସ୍ଥା ଯୋଗୁଁ ଗାଡି ମଟର ତ ଦୂରର କଥା ଲୋକମାନେ ଚାଲି ଚାଲି ଯିବା ଆସିବା କରିବା ପାଇଁ ଡରୁଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ପାଠ ପଢାରୁ ବଞ୍ଚିତ ହେଉଥିବାବେଳେ ବିଭିନ୍ନ ସମୟରେ ସାଇକେଲ ଏବଂ ବାଇକରେ ଯାଉଥିବା ଲୋକମାନେ ଖାଲରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଯେଉଁ ଉଦ୍ଦେଶ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯାଇଥିଲା ଏବେ ରାସ୍ତା ଦୁରାବସ୍ଥା ଯୋଗୁଁ ଲୋକମାନେ ସେଥିରୁ ବଞ୍ଚିତ ହୋଇ ଦୈନନ୍ଦିନ ଜୀବନରେ ବହୁ ହଇରାଣ ହରକତ ହେଉଛନ୍ତି । ଏନେଇ ଜନସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହି ରାସ୍ତାଟି ବ୍ଲକ ଦୁଇଟିର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବାରୁ ପ୍ରଶାସନର ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ତୁରନ୍ତ ରାସ୍ତା ମରାମତି କରିବା ପାଇଁ ୭ଟି ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ଆଇନକୁ ହାତକୁ ନେଇ ରାସ୍ତାକୁ ଓଲ୍ହାଇବା ପାଇଁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories