www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତାରୁ ହଟିବ ଖାଲ ଢିପ

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ଶେଷ ହେବ। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ସମସ୍ତ ଜିଲାରେ ରାସ୍ତା ମରାମତି ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ତ୍ତ ବିଭାଗର, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ନିଜ ନିଜର ରାସ୍ତାଗୁଡ଼ିକର ମରାମତି କାମ କରିବେ। ସହର ହେଉ କି ଗ୍ରାମାଞ୍ଚଳ, କେଉଁ ରାସ୍ତାରେ ବି ଖାଲ ଢିପ ରହିବ ନାହିଁ। ରାସ୍ତାରେ ଥିବା ସମସ୍ତ ଡ୍ରେନ୍ ଉପରେ ଢାଙ୍କୁଣି ପଡ଼ିବ। ରାସ୍ତା ମରାମତି କାର୍ଯ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାମିଲ କରାଯିବ। ରାସ୍ତାଗୁଡ଼ିକର ତୁରନ୍ତ ମରାମତି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏବେ ଟେଣ୍ଡର କରାଯାଉଛି ଏବଂ ବର୍ଷା ଛାଡ଼ିବା ପରେ ତୁରନ୍ତ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ମାଣ ସୌଧରେ ଭୁବନେଶ୍ବର-କଟକରେ ରାସ୍ତା ମରାମତି କାର୍ଯ୍ୟର ସମୀକ୍ଷା କରି ପୂଜା ପୂର୍ବରୁ କାମ ଶେଷ ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories