www.samajalive.in
Saturday, December 6, 2025
15.1 C
Bhubaneswar

କାଳିଘାଇକୁ ସବୁଦିନିଆ ରାସ୍ତା ପାଇଁ ଦାବି

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କାଳିଘାଇ ଗ୍ରାମକୁ ସବୁ ଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ପାଖାପାଖି ୪୫୦ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟ ରହିଛି । ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ଗ୍ରାମରେ ବିଜୁଳି ପହଞ୍ଚି ପାରିଥିବା ବେଳେ ଗମନାଗମନ କ୍ଷେତ୍ରରେ ଅସୁବିଧା ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି । ଗ୍ରାମରେ ଥିବା ଗୋଟିଏ ନଳକୂପ ଅଚଳ ହୋଇ ପଡି ରହିଥିଲେ ମଧ୍ଯ ଏହାର ମରାମତି କରାଯାଇ ନାହିଁ । ଗ୍ରାମଟି ଡୁମୁରିଆ ପଞ୍ଚାୟତ ଅଞ୍ଚଳର ହୋଇଥିଲେ ମଧ୍ଯ ପଲାଣଘାଟି ପଞ୍ଚାୟତ ମୁଖ୍ୟାଳୟରୁ ଗ୍ରାମକୁ ଯାତାୟାତ ସୁବିଧା ଜନକ ହୋଇଥାଏ। ଗ୍ରାମକୁ ଯାଇଥିବା ରାସ୍ତାର କିଛି ଅଂଶ କାମ ଚାଲିଥିବା ବେଳେ ଗ୍ରାମରେ ଏବେ ବାଇଗଣପାଳ ସାହିକୁ ରାସ୍ତା ଖଣ୍ଡିଏ ହୋଇ ପାରିନଥିବା ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିଛନ୍ତି । ଭଲ ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଟିଏ ଆସିବା ମଧ୍ଯ ସମ୍ଭବ ହୋଇନଥିବାରୁ କାଳିଘାଇକୁ ସବୁଦିନିଆ ରାସ୍ତା କରାଯିବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories