www.samajalive.in
Saturday, December 6, 2025
16.1 C
Bhubaneswar

ଅବକାରୀ ବିଭାଗର ଲୋକ ଦେଖାଣିଆ ଚଢ଼ଉ, ଭାକୁଡକୁ ଛାଡ କେରାଣ୍ଡି ଉପରେ ମାଡ

ପାଟଣା : ପାଟଣା ଅବକାରୀ ବିଭାଗର କାର୍ଯ୍ୟ ଧାରାକୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । ମଦ ବେପାରରେ ସଂପୃକ୍ତ ବଡ ବଡ ଚୋରା ମଦ ବେପାରୀ ଅବକାରୀ ବିଭାଗ ପଂଝାରେ ପଡୁ ନଥିବା ବେଳେ ୫ରୁ ୧୦ ଲିଟର ପାଣି ମିଶା ମହୁଲି ବେପାର କରୁଥିବା ପାରମ୍ପରିକ ମହିଳା ବିକ୍ରେତା ମାନଙ୍କୁ ଅବକାରୀ ବିଭାଗ ଧରି ବାଃ ବାଃ ନେବା ପଛରେ କି ରହସ୍ୟ ରହିଛି ତାହା ଲୋକେ ବୁଝି ପାରୁନାହାନ୍ତି । ଛୋଟ ଛୋଟ ମଦ ବିକ୍ରେତାଙ୍କୁ ଅବକାରୀ ବିଭାଗ ଧରିବାରେ ସକ୍ଷମ ହେଉଥିବା ବେଳେ କୁଇଣ୍ଟାଲ କୁଇଣ୍ଟାଲ ମହୁଲପୋଚରେ ମହୁଲି ପ୍ରସ୍ତୁତ କାରୀମାନଙ୍କୁ ଅବକାରୀ ବିଭାଗ ଧରିବାରେ କିପରି ସକ୍ଷମ ହୋଇ ପାରୁ ନାହିଁ ତାହା ସନ୍ଦେହ ଘେରରେ ରହିଛି । ଯେତେ ପରିମାଣର ପୋଚ ନଷ୍ଟ କରାଯାଉଛି, ମଦ ରନ୍ଧା ସାମଗ୍ରୀ ଜବତ କରାଯାଉଛି ଓ ମାମଲା ମଧ୍ୟ ରୁଜୁ କରାଯାଉଛି, ସେହି ଅନୁଯାୟୀ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଉ ନଥିବାରୁ ମଦ ମାଫିଆଙ୍କୁ ଅବକାରୀ ବିଭାଗ ଜାଣିଶୁଣି ଖସାଇ ଦେଉଛି ନା ଘଟଣା ପଛରେ କିଛି ଭିତିରି କାରବାର ରହିଛି ତାହା ମଧ୍ୟ ସନ୍ଦେହ ଜନକ ରହିଛି । ପାଟଣାରେ ଅବକାରୀ ବିଭାଗ ଥିବା ବେଳେ କେନ୍ଦୁଝରରୁ ମୋବାଇଲ ସ୍କାଡ ମଧ୍ୟ ପାଟଣା ଅବକାରୀ ଥାନା ଅଞ୍ଚଳରେ ନିୟମିତ ବ୍ୟବଧାନରେ ଚଢଉ କରିଥାନ୍ତି । ଏବେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ବନାଞ୍ଚଳ, ପାହାଡିଆ ଜାଗା, ଜଙ୍ଗଲିଆ ନଦୀକୂଳ ଗୁଡିକରେ ଗଣ୍ଡା ଗଣ୍ଡା ମଦ ଭାଟି ଚାଲିଥିବା ବେଳେ ମଦ ପ୍ରସ୍ତୁତକାରୀ ମାନେ କିପରି ଖସି ଯାଉଛନ୍ତି ଓ ମଦ ରନ୍ଧା ସରଞ୍ଜାମ ଜବଦ କରି ପୋଚ ନଷ୍ଟ କରି ଅବକାରୀ ବିଭାଗ ନାମମାତ୍ର ମାମଲା ରୁଜୁ କରି ଚୁପଚାପ୍ ରହିଯିବାର କାରଣ ତଦନ୍ତ ସାପେକ୍ଷ ହୋଇପଡିଛି ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories