ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜୟଶ୍ରୀ ଛକ ଠାରୁ ବରପଲ୍ଲୀ ଗ୍ରାମକୁ ସଂଯୋଗ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ନେଇ ଗ୍ରାମର ଯୁବକମାନେ ଅଭିଯୋଗ ଆଣିଛନ୍ତି । ଦୀର୍ଘଦିନ ପରେ ନିର୍ମାଣ ହେଉଥିବା ଏହି ରାସ୍ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ କାର୍ଯ୍ୟ ଅତ୍ୟନ୍ତ ନିମ୍ମମାନର ଯୋଗୁଁ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ସୂଚନାଯୋଗ୍ୟ , ଯେ ଜୟଶ୍ରୀ ଛକ ଠାରୁ ବରପଲି ଗ୍ରାମକୁ ସଂଯୋଗ ରାସ୍ତାରେ କିଛି ଅଂଶ ବର୍ତମାନ ଫେବର ରୋଡ ତିଆରି ଚାଲିଛି । ରାସ୍ତା ଉଭୟ ପାର୍ଶ୍ୱରେ ଯେଉଁ ପରିମାଣରେ ସିମେଣ୍ଟ ବାଲି ମିଶ୍ରଣରେ ହେବା କଥା ତାହା ହୋଇନି । ଫଳରେ ଟିକିଏ ବର୍ଷାରେ ତାହା ଭାଙ୍ଗି ପଡିଛି । ସେହିପରି ଯେଉଁ ନିୟମ ଅନୁସାରେ କାନ୍ଥ ହେବା କଥା ତାହା ମଧ୍ୟ ହେଇନି । ଫଳରେ କମ ଦିନରେ ରାସ୍ତା ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରକାଶଯୋଗ୍ୟ ,ଯେ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟକୁ ୧୨ ଲକ୍ଷ ଟଙ୍କା ବ୍ୟୟରେ ହେଉଛି । । ଏନେଇ ବିଭାଗୀୟ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇଙ୍କ ଯୋଗାଯୋଗ ବେଳେ ସେ କହିଁଛନ୍ତି ଆସନ୍ତା କାଲି ସେ ରାସ୍ତାର ତଦନ୍ତ ପାଇଁ ଆସିବେ ବୋଲି l



