www.samajalive.in
Monday, December 15, 2025
16.1 C
Bhubaneswar

ରାସ୍ତା ନିର୍ମାଣ କରି ପୋତିଦେଲେ କେନାଲ, ଚାଷୀ ହନ୍ତସନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବ୍ରାହ୍ମଣଗୁଡା ଗ୍ରାମଠାରୁ ତଳ ମୁସୁଡି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର‌୍ୟ୍ୟ କରି ପୋତି ଦେଲେ କେନାଲ । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ ସୂଚନା ମୁତାବକ ବ୍ରାହ୍ମଣଗୁଡା ଗ୍ରାମ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ବହୁ ପୁରୁଣା କେନାଲ ରହିଥିଲା । ଯାହା ଦ୍ୱାରା କୁଶବେଟି, ବ୍ରାହ୍ମଣଗୁଡା ଗ୍ରାମକୁ ତଳମୁସୁଡି ପାହାଡ ଉପରୁ ଝରଣା ପାଣି ବାହାରି ୧୦୦ ଏକର ଚାଷ ଜମିକୁ ପାଣି ପହଞ୍ଚି ପାରୁଥିଲା । ଯାହା ଫଳରେ ଚାଷୀମାନେ ଧାନ ଫସଲ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ।

ହେଲେ ରାସ୍ତାକାମ ଆଳରେ ଏହି କେନାଲକୁ ଭାଙ୍ଗି ପୋତି ଦେଇଛନ୍ତି ଠିକାଦାର। ଗ୍ରାମବାସୀ ପଚାରିବାରୁ ମୁଁ ନୂତନ ଭାବେ ଆଉ ଗୋଟେ କେନାଲ କରିଦେବି କହି ଏବେ ରୋକ୍ ଠୋକ୍ ମନା ଠିକାଦାର କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତାହା ସହିତ ଉକ୍ତ ଗ୍ରାମରେ ପଞ୍ଚାୟତ ତରଫରୁ ହୋଇଥିବା ୧୮ପୁଟର ଭଲ ସିମେଣ୍ଟ ରାସ୍ତା ଭାଙ୍ଗିଦେଈ ବର୍ତ୍ତମାନ ୧୨ପୁଟ ରାସ୍ତା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ଆମ କେନାଲ ସହିତ ପୂର୍ବ ଭଳି ଥିବା ୧୮ପୁଟ ରାସ୍ତା ନ କରାଗଲେ ଆଗାମୀ ଦିନରେ ସମସ୍ତେ ମିଶି ରାଜ ରାସ୍ତା ଅବରୋଧ କରି ରାୟଗଡ଼ା ଜିଲ୍ଲାପାଳ ନିକଟକୁ ଯାଇ ଅଭିଯୋଗ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

- Advertisement -

 

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories