www.samajalive.in
Friday, December 12, 2025
14.1 C
Bhubaneswar

କାର ଧକ୍କାରେ ବାଇକ୍ ଚାଳକ ମୃତ 

ବୁଗୁଡ଼ା :  ବୁଗୁଡ଼ା ଉପକଣ୍ଠସ୍ଥ ଟିଭିଏସ ସୋରୁମ ସାମ୍ନାରେ କାର ଧକ୍କାରେ ଜଣେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି l ମୃତକ ଜଣକ ଆସ୍କା ଥାନା ଅନ୍ତର୍ଗତ ଫାପଲପୁର ଗ୍ରାମର ଧନୁର୍ଦ୍ଧର ସ୍ୱାଇଁ(୪୨ ) l ଧନୁ ଆଜି ସକାଳେ କୌଣସି କାମରେ ବୁଗୁଡ଼ା ଆସି ଏକ ଗ୍ଲାମର ବାଇକ (ଓଡି-୩୨ଇ ୮୫୬୪) ଯୋଗେ ଫେରୁଥିବା ବେଳେ ଦ୍ରୁତ ଗତିରେ  ବୁଗୁଡ଼ାରୁ ଆସ୍କା ଯାଉଥିବା ହୋଣ୍ଡାଇ ଭେରିନା କାର (ଓଡି – ୦୨ଏ ଜେଡ ୦୧୧୦) ବାଇକଟିକୁ ଓଭରଟେକ କରିବାକୁ ଯାଉଥିବାବେଳେ ବାଇକ୍ ସହ କାରର ଧକ୍କା ହୋଇଥିଲା।କାର ଧକ୍କାରେ ବାଇକ୍ ଚାଳକ ଦଶ ଫୁଟ ଆଗକୁ ଫୋପାଡ଼ି ହୋଇ ପଡ଼ିଥିଲେ l ଦୁର୍ଘଟଣା ପରେ କାର ଚାଳକକୁ କିଛି ଦୂରରେ ଲୋକେ ଅଟକାଇ ଗୁରୁତର ଧନୁକୁ ବୁଗୁଡ଼ା ମେଡିକାଲ ନେଇଥିଲେ ହେଁ ମୁଣ୍ଡରେ ଶକ୍ତ ଆଘାତ ସହ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଧନୁଙ୍କ ଜୀବନ ଚାଲି ଯାଇଥିଲା l ଧନୁଙ୍କ ସ୍ତ୍ରୀ ଓ ପୁଅ, ଝିଅ ସୁରତରେ ରହୁଥିବାବେଳେ ସେ ୧୨ ଦିନ ତଳେ ଗ୍ରାମକୁ ଆସିଥିଲେ  l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଏନେଇ କେସ୍ ନଂ ୩୩୮/୨୦ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories