www.samajalive.in
Friday, December 12, 2025
23.1 C
Bhubaneswar

ଉଦ୍‌ଘାଟିତ ହେଲା ବାଲେଶ୍ୱର ଜିଲା ଇନ୍‌ଡୋର ହଲ୍‌ ଓ ସିନ୍ଥେଟିକ୍‌ ଟେନିସ୍‌ କୋର୍ଟ, ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଏବଂ ଅଭ୍ୟାସ ସହଜ ହୋଇପାରିବ

ଭୁବନେଶ୍ୱର: ଆଜି ଇଲେକ୍‌ଟ୍ରୋନିକ୍ସ୍‌, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲା ଗସ୍ତରେ ଯାଇ ନବନିର୍ମିତ ଇନ୍‌ଡୋର ହଲ୍‌ ଏବଂ ସିନ୍ଥେଟିକ୍‌ ଟେନିସ୍‌ କୋର୍ଟ ଉଦ୍‌ଘାଟନ କରିଛନ୍ତି। ଉଡେନ୍‌ ଫ୍ଲୋରଯୁକ୍ତ ଏହି ଇନ୍‌ଡୋର ହଲ୍‌ ନିର୍ମାଣ ଫଳରେ ଜିଲ୍ଲାରେ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଏବଂ ଅଭ୍ୟାସ ସହଜ ହୋଇପାରିବ ବୋଲି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଶା ପ୍ରକାଶ କରିଛନ୍ତି।

ଏହି କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସର୍କିଟ୍‌ ହାଉସ୍‌ରେ ନବନିର୍ବାଚିତ ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ବତନ ମୁନିସିପାଲ୍‌ ଚେୟାରମ୍ୟାନ୍‌ ଆଲୋକ ସାହୁଙ୍କ ସହ ଜିଲାର କ୍ରୀଡ଼ା ତାଲିମ କେନ୍ଦ୍ର, ସ୍ପୋଟର୍ସ ହଷ୍ଟେଲ ଏବଂ ଷ୍ଟାଡିୟମ୍‌ ସମତେ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅନୁଷଙ୍ଗିକ ଆବଶ୍ୟକତା ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ପର୍ଯ୍ୟଟନ ବିଭାଗ ଦ୍ୱାରା ଚାନ୍ଦିପୁର ବେଳାଭୂମିର ଉନ୍ନତିକରଣ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ। ଏଥି ସହିତ ଜିଲ୍ଲାର ଆଇଟି ଭିତ୍ତିଭୂମି, ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories