www.samajalive.in
Saturday, December 13, 2025
27.1 C
Bhubaneswar

ସଡକ ଦୁର୍ଘଟଣାରେ ବାପା ମୃତ; ଦୁଇ ପୁଅ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମ ନିକଟସ୍ଥ ଶୁକ୍ରୀପୁଟଠାରେ ଏକ ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଉକ୍ତ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ନକଟିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ଛପର ଗ୍ରାମର ଗୋଟିଏ ପରିବାରର ବାପା ଓ ଦୁଇଟି ପୁଅ ବୋଲି ଜଣାପଡିଛି। ମୃତ ବ୍ୟକ୍ତି ସମ୍ଭରୁ ମାଝି (୫୫) ଏବଂ ଗୁରୁତର କର ମାଝି(୨୮) ଓ ଅଖିଳ ମାଝି (୨୫) ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବାପ ଓ ପୁଅ ଦୁଇଜଣ କୌଣସି କାର୍ଯ୍ୟରେ ଏକ ବାଇକ୍ ଯୋଗେ ଦସମନ୍ତପୁର ଥାନା ଅନ୍ତର୍ଗତ ଟିକିରାପଡା ଗ୍ରାମରୁ ନିଜ ଗାଁ ତୁଳସୀଛାପର ଅଭିମୁଖେ ଫେରୁଥିବା ସମୟରେ ବିପରୀତ ଦିଗରୁ ଟିକିରି ଥାନା ଅନ୍ତର୍ଗତ ପୋଡାପାଡିଠାରୁ ମାଙ୍କଡ଼ ଝୋଲା ଆଡକୁ ଏକ ନମ୍ବର ବିହୀନ ନୂଆ ଟ୍ରାକ୍ଟର ଯାଉଥିବାବେଳେ ଶୁକ୍ରୀପୁଟ ଗାଁ ଛକ ନିକଟସ୍ଥ ଏକ ବୁଲାଣି ରାସ୍ତା ନିକଟରେ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସମ୍ଭରୁ ମାଝିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଦୁଇ ପୁଅ ଗୁରୁତର ହୋଇଛନ୍ତି। ଏନେଇ ସ୍ଥୀନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ କଲ କରି ପ୍ରାଥମିକ ଚିକିତ୍ସା ପାଇଁ ଟିକିରି ନୂତନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ କର ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲା ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଟିକିରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories