www.samajalive.in
Saturday, December 13, 2025
17.1 C
Bhubaneswar

ବିଜେପିରେ ମିଶିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସରାସପଶି ପଞ୍ଚାୟତରେ ଗତକାଲି ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରକାଶ ଚନ୍ଦ୍ର ନାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପିର ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହିତ ପ୍ରକାଶ ବିଜେପିରେ ସାମିଲ ହୋଇଛନ୍ତି । ଢେଙ୍କିକୋଟ ଜୋନ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁର, ଜିଲ୍ଲା ଉପସଭାପତି ଅଖିଳ ପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଇନ୍ଦ୍ରମଣି ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳରେ ସ୍ଵାଗତ କରିଥିଲେ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଯେପରି ଲୋକମାନଙ୍କ ନିକଟରେ ପହଞ୍ଚିବ ସେ ଦିଗରେ କାର୍ୟ୍ୟ କରିବାକୁ ପୂର୍ବତନ ସାଂସଦ ଅନନ୍ତ ନାୟକ କାର୍ୟ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରକାଶ ନାୟକଙ୍କ ନେତୃତ୍ବରେ ଦୈତାରୀ ନାୟକ, ପ୍ରଶାନ୍ତ ନାୟକ, ଶୁକଦେବ ନାୟକ, ପୂର୍ଣଚନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ମହେନ୍ଦ୍ର ପାତ୍ର, ଡମ୍ବରୁଧର ମହାନ୍ତ, ଉପେନ୍ଦ୍ର କୁମାର ମହାରଣା, ନୀଳମଣି ନାୟକ, ନିତ୍ୟାନନ୍ଦ ମୁଣ୍ଡା, ଅର୍ଜୁନ ନାୟକ, ଅରବିନ୍ଦ ନାୟକ, ଗୌତମ ନାୟକ, ମୋତିଲାଲ ନାୟକ, ବିଜୟ କୁମାର ନାୟକ, ଲକ୍ଷ୍ମୀଧର ମହାନ୍ତ,କେଦାର ନାୟକ, ଗୋକୁଳ ନାୟକ, ନିରଞ୍ଜନ ନାୟକ, ରାମଚନ୍ଦ୍ର ନାୟକ, ଗୋପାଳ ନାୟକ, ପ୍ରଫୁଲ୍ଲ ନାୟକ, ରସାନନ୍ଦ ନାୟକ, ବସନ୍ତ ନାୟକ, ରଜ ନାୟକ, ମହେଶ୍ଵର ନାୟକ ପ୍ରମୁଖ ଦଳରେ ସାମିଲ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଚୁଡଙ୍ଗ ନାୟକ, ଅକ୍ଷୟ ସିଂହ, ଅଜୟ ପଣ୍ଡା ଓ ଶ୍ରୀକାନ୍ତ ନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories