www.samajalive.in
Sunday, December 7, 2025
23.1 C
Bhubaneswar

ଓଲଟିଲା କାର, ଚାଳକ ମୃତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‍ ଭାରସାମ୍ୟ ହରାଇ ରାସ୍ତା କଡ ନୟନଜୋରି ମଧ୍ୟକୁ ଓଲଟି ପଡିବା ଫଳରେ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସ୍ମୃତିରଞ୍ଜନ ପରିଡା(୩୫) ଓ ତାଙ୍କ ଘର ପୁରୀ ମଧୁବନ ଲେନ-୨ରେ। ସେ ପୁରୀ ଡାକ୍ତରଖାନାରେ ରେଡିଓଗ୍ରାଫର ଭାବେ କାର୍ଯ୍ୟ କରୁଥିବା ପୁଲିସ ଠାରୁ ସୂଚନା ମିଳିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ସ୍ମୃତିରଞ୍ଜନ ଭୁବନେଶ୍ୱରରୁ ପୁରୀକୁ ଏକ କାର୍‍ ଚଲାଇ ଆସୁଥିବା ବେଳେ କୌଶଲ୍ୟାଗଙ୍ଗ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । କୃପାଜଳ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ କାର୍‍ଟି ଭାରସାମ୍ୟ ହରାଇ ଆପାର୍ଟମେଣ୍ଟର ପ୍ରାଚୀର ସହ ଧକ୍କା ଲାଗିବା ପରେ ରାସ୍ତା କଡ ନୟନଜୋରି ମଧ୍ୟରେ ଓଲଟି ପଡିଥିଲା । କାର୍‍ଟି ପାଣି ମଧ୍ୟରେ ବୁଡି ରହିଥିବା ବେଳେ ଶନିବାର ସକାଳେ କେତେକ ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଛାୟତ କାର୍‍ ମଧ୍ୟରୁ ସ୍ମୃତିରଞ୍ଜନଙ୍କ ମୃତଦେହକୁ ସହ କାର୍‍କୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ । ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories