www.samajalive.in
Monday, December 8, 2025
24.1 C
Bhubaneswar

ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ହ୍ରାସ ପାଉଛି, ଆରୋଗ୍ୟ ହାର ବୃଦ୍ଧି ପାଉଛି:ଆର୍‌ଏମ୍‌ଆର୍‌ସି

ଭୁବନେଶ୍ବର: ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ବର(ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ରାଜ୍ୟରେ କୋଭିଡ୍‌-୧୯ ପରିବେଶ ଓ ପରୀକ୍ଷଣ ସ୍ଥିତି ଉପରେ ସୂଚନା ଦେଇ କହିଛନ୍ତି ଯେ ବ୍ରହ୍ମପୁରର ଜନସଂଖ୍ୟାର ୩୧ ପ୍ରତିଶତ ଅର୍ଥାତ୍‌ ଏକ-ତୃତୀୟାଂଶ କୋଭିଡ୍‌-୧୯ ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିପାରିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୫ଟି ଦଳ ଦ୍ୱାରା ସଂପାଦିତ ସେରୋ-ସର୍ଭେରୁ କୋଭିଡ୍‌-୧୯ ସଂକ୍ରମଣ ହାର ହ୍ରାସ ପାଉଥିବାର ସୂଚନା ମିଳୁଛି। ଖୁବ୍‌ ଶୀଘ୍ର ଗଜପତି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସେରୋ-ସର୍ଭେ କରାଯିବ ବୋଲି ଡ. ପତି ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ସହଯୋଗରେ କୋଭିଡ୍‌ର ନିୟମିତ ପରୀକ୍ଷଣ ସହ ସେରୋଲୋଜିକାଲ ଟେଷ୍ଟ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯାଉଛି। ଅଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସ୍ଥିତି ସୁଧୁରୁଛି। ପରୀକ୍ଷଣ ବୃଦ୍ଧି ପାଇଥିବା ସତ୍ତ୍ବେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବୃଦ୍ଧି ପାଉଛି। ବ୍ରହ୍ମପୁରରେ ଗତ ୩ରୁ୭ ତାରିଖ ମଧ୍ୟରେ ହୋଇଥିବା ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ଆର୍‍ଏମ୍‍ଆର୍‍ସି ନିର୍ଦେଶିକା ସଂଘମିତ୍ରା ପତି କହିଛନ୍ତି।
ବ୍ରହ୍ମପୁରରେ ୫ଟି ଟିମ୍‍ ଦ୍ୱାରା ସେରୋ ସର୍ଭେ କରାଯାଉଥିଲା। ସମ୍ପ୍ରଦାୟ ତଥା ବିଭନ୍ନ ଶ୍ରେଣୀର ଲୋକଙ୍କଠାରୁ ଏହି ଟିମ୍‍ ନମୁନା ସଂଗ୍ରହ କରିଥିଲେ। ୫ ବସ୍ତି ଓ ବହୁ ସମ୍ବେଦନଶୀଳ ଅଞ୍ଚଳରୁ ଏହି ନମୁନା ସଂଗୃହୀତ କରାଯାଇଥିବାବେଳେ ମୋଟ୍‍ ୨୮୩୦ ଲୋକଙ୍କ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟରୁ କିଛି ୱାର୍ଡରେ ୭୦ ଓ କିଛି ୱାର୍ଡରେ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ସେ କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆର୍‍ଏମ୍‍ଆର୍‍ସି ଦ୍ୱାରା ବିଭିନ୍ନ ଜିଲାରେ ସେରୋ ସର୍ଭିଲାନ୍ସ ହୋଇଛି। ବର୍ତ୍ତମାନ କଟକ ବଡ଼ମ୍ବା ଓ ନରସିଂହପୁରରେ ସର୍ଭେ ଜାରି ରହିଛି। ଆଗକୁ କଟକ ସହର, ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories