www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟୁତ୍‍ ଆଘାତରେ ଯୁବକ ମୃତ,୧୩ ଆହତ; କ୍ଷତିପୁରଣ ଦାବିରେ ରାସ୍ତାରୋକ

ଫୁଲବାଣୀ : କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଆଜି ସଂନ୍ଧ୍ୟରେ ଘଟିଛି ଏକ ଅଭାବନିୟ ଘଟଣା। ବିଦ୍ୟୁତ୍‍ କାମ କରୁଥିବା ସମୟରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ହରିପୁର ଗ୍ରାମର ସୁବଳ ନାୟକ(୨୮)।
ମିଳିଥିବା ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ବିଦ୍ୟୁତ୍‍ ତାର ଛିଡ଼ିଯାଇଥିବା ଯୋଗୁଁ ଦୁଇ ଦିନ ହେଲା ବିଦ୍ୟୁତ୍‍ ନଥିଲା। ଗ୍ରାମବାସୀ ବିିଦ୍ୟୁତ୍‍ ବିଭାଗକୁ ଜଣାଇଥିଲେ ମଧ୍ୟ ତିଆରି ହୋଇନଥିଲା। ଏଭଳି ସ୍ଥଳେ ଗ୍ରାମର ଆଜି ୧୪-୧୫ ଜଣ ଗ୍ରାମବାସୀ ବିଦ୍ୟୁତ୍‍ ତାର ସଜାଡିବାକୁ ଆସିଥିଲେ। ସଜାଡ଼ିବା ପୂର୍ବରୁ ଏନେଇ ଦାୟିତ୍ୱରେ ଥିବା ଲାଇନ୍‍ ମ୍ୟାନ୍‍ କୁ କୁଆଡ଼େ ସେମାନେ ସୂଚନା ଦେଇଥିଲେ। ସୁବଳ ୧୧ କେଭି ବିଦ୍ୟୁତ୍‍ ପୋଲ ଉପରେ ଚଢି ବିଦ୍ୟୁତ୍‍ ସଜାଡୁଥିବା ବେଳେ ଅନ୍ୟମାନେ ତଳେ ଛିଡ଼ିଯାଇଥିବା ବିଦ୍ୟୁତ୍‍ ତାର ଟାଣି ଧରିଥିଲେ। ତେବେ ବିଦ୍ୟୁତ୍‍ କାମ ଚାଲିଥିବା ବେଳେ ମଧ୍ୟ କୁଆଡ଼େ ଲାଇନମ୍ୟାନ୍‍ ଫୋନ୍‍ ମାଧ୍ୟମରେ କଥା ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଫୋନ୍‍ର କଥାବର୍ତ୍ତା ଠିକ୍‍ ଭାବେ ଶୁଭାଯାଉନଥିଲା ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ତେବେ ଏହାର କିଛି ସମୟ ପରେ ହଠାତ୍‍ ବିଦ୍ୟୁତ୍‍ ସଂଯୋଗ ହୋଇଯିବା ଫଳରେ ସୁବଳ ଘଟଣାସ୍ଥଳରେ ହିଁ ବିଦ୍ୟୁତ୍‍ ଆଘାତରେ ମୃତ୍ୟୁ ହୋଇ ଯାଇଥିବାବେଳେ ଅନ୍ୟମାନେ ବିଦ୍ୟୁତ୍‍ ଆଘାତ ପାଇ ଆହାତ ହୋଇଛନ୍ତି। ଆହତମାନଙ୍କୁ ଗ୍ରାମବାସୀମାନେ କୋଟଗଡ ଓ ତୁମୁଡିବନ୍ଧ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିବାବେଳେ ଏହି ଘଟଣା ପରେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୁରଣ ଦାବିରେ ରାସ୍ତା ରୋକ କରିଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ କୋଟଗଡ଼ ଓ ତୁମୁଡ଼ିବନ୍ଧ ପୋଲିସ୍‍ଙ୍କ ସମେତ କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ତହସିଲଦାର ଲକ୍ଷମୀ ନାରାୟଣ ସାହୁ ଓ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଆରମ୍ଭ କରିଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ତେବେ ଗ୍ରାମବାସୀଙ୍କ ଦାବି ପ୍ରକାରେ, ମୃତ ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବା, ମୃତ ପରିବାରର ୩ ପୁଅ ଓ ଗୋଟିଏ ଝିଅକୁ ମାଗଣାରେ ଶିକ୍ଷାଦାନ ପ୍ରଦାନ କରିବା ସହିତ ମୃତକଙ୍କ ସ୍ତ୍ରୀକୁ କୌଣସି ସରକାରୀ ଚାକିରିରେ ନିଯୁକ୍ତି ଦେବା ଆଦି ଦାବି କରାଯାଇଛି। ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟରେ ଯାନ ବାହାନ ଅଟକି ରହିଥିବାର ଖବର ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories