www.samajalive.in
Saturday, December 6, 2025
15.1 C
Bhubaneswar

ସଂଯମତା ଓ ସତର୍କତାରେ ଅବହେଳା ଯୋଗୁ ୨ୟ ତରଙ୍ଗ ତୀବ୍ର ହେଉଛି: ଆରଏମଆରସି ନିର୍ଦେଶିକା

ଭୁବନେଶ୍ଵର: ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି। ଦୈନିକ ସଂକ୍ରମଣ ୮ ହଜାର ଅତିକ୍ରମ କଲାଣି। ତେବେ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ଆରଏମଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି।

କରୋନା ସମ୍ପର୍କରେ ଡା. ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାମାରୀର ୨ୟ ତରଙ୍ଗ ସବୁବେଳେ ଅଧିକ ତୀବ୍ର ରହିଥାଏ। କୋଭିଡ ନିୟମ ମାନିବାରେ ସଂଯମତା ଏବଂ ସତର୍କତାରେ ଲୋକେ ଢିଲା କଲେ। ଏହିସବୁ କାରଣ ଯୋଗୁ ପ୍ରଥମ ତୁଳନାରେ ୨ୟ ତରଙ୍ଗ ଅଧିକ ଗମ୍ଭୀର ହେଉଛି। ଯଦି କେହି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ପରୀକ୍ଷା କରାଇ ନିଅନ୍ତୁ। ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନେବା ଜରୁରୀ। ନଚେତ୍‌, ୪/୫ ଦିନ ମଧ୍ୟରେ ପରୀକ୍ଷା କରାଇବା  ଦରକାର। ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ନିଜକୁ ଏକାନ୍ତବାସରେ ରଖନ୍ତୁ। ଏକାନ୍ତବାସରେ ରହିବା ସହିତ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ବି ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଡା. ପତି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories