www.samajalive.in
Friday, December 5, 2025
20.1 C
Bhubaneswar

‘ଭୁବନେଶ୍ଵର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି’

ଭୁବନେଶ୍ଵର: ଦ୍ଵେତ ନଗରୀ ଭୁବନେଶ୍ଵର-କଟକରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି। ରାଜ୍ୟର ଏହି ପ୍ରମୁଖ ଦୁଇ ସହରରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ କହିଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ଵରରେ ସଂକ୍ରମଣ ବଢୁଛି। ଏହି ଦୁଇ ସହରରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି। ଜଣେ ଲୋକ ଅତି କମରେ ୨ ଶହ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରରେ ଆଗାମୀ ଦିନରେ ଉପୁଜିବାକୁ ଥିବା ଖରାପ ସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ହେଉଥିବା କହିଛନ୍ତି ଏହାର କମିଶନର। ସେ କହିଛନ୍ତି, ଭୁବନେଶ୍ଵରରେ ସଂକ୍ରମଣ ବଢ଼ି ଚାଲିଛି, କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଲୋକ ସହଯୋଗ ନ କଲେ କି ନିୟମ ନ ମାନିଲେ କଡ଼ା ପଦକ୍ଷେପ ନିଆଯିବ। କଣ୍ଟେନମେଣ୍ଟ ଜୋନ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଆମ ପାଖରେ ୩ ହଜାର ବେଡ୍‌ ଅଛି। ୧୦ ଦିନରେ ଆଉ ୩ ହଜାର ମିଶିବ। ୩ ହଜାରରୁ ୫୦% ବେଡ୍‌ ଖାଲି ଅଛି। ୮୫% ଲୋକ ହୋମ୍‌ କ୍ବାରେଣ୍ଟାଇନରେ ରହିଛନ୍ତି ବୋଲି କମିଶନର କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories