www.samajalive.in
Friday, December 5, 2025
20.1 C
Bhubaneswar

ଭାରତ-ଚୀନ୍ ସୀମା ବିବାଦ: ବାୟୁସେନା ମୁଖ୍ୟଙ୍କ ପୂର୍ବାଞ୍ଚଳ ବିମାନ ଘାଟି ପରିଦର୍ଶନ

ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ସୀମା ବିବାଦକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଆଜି ଉଭୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହରେ ପହଂଚିଥିବା ବେଳେ ବାୟୁସେନା ମୁଖ୍ୟ ଆରକେଏସ ଭଦୁରିଆ ପୂର୍ବାଂଚଳ ସାମରିକ ବିମାନ ଘାଟି ଗସ୍ତ କରିଛନ୍ତି। ଉଭୟ ମୁଖ୍ୟ ସୈନ୍ୟବାହିନୀର ପ୍ରସ୍ତୁତି ସମୀକ୍ଷା ସହ ସେଠାକାର ପରିସ୍ଥିତି ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ଏହି ଗସ୍ତ କାଳରେ ବାୟୁସେନା ମୁଖ୍ୟ ସେନା ପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ସେହି ଏୟାର ବେସରେ ଭଦୁରିଆ ବାୟୁସେନା ଯୋଦ୍ଧାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଜେନେରାଲ ନରୱଣେ ଲେହରେ ସୁରକ୍ଷା ସ୍ଥିତିର ସମୀକ୍ଷା କରୁଛନ୍ତି। ତାଙ୍କୁ ବରିଷ୍ଠ ଫିଲ୍ଡ କମାଣ୍ଡରମାନେ ପ୍ରକୃତ ନିୟନ୍ତ୍ରଣ ରେଖା ସହିତ ସ୍ଥାନୀୟ ଅଂଚଳର ବର୍ତ୍ତମାନ ସ୍ଥିତି ବିଷୟରେ ସୂଚନା ଦେବେ।

- Advertisement -

ଚୀନ ସେନାର ଭାରତୀୟ ସୀମା ମଧ୍ୟକୁ ଉଦ୍ୟମ ପ୍ରବେଶର ଭାରତୀୟ ସେନା କଡା ମୁକାବିଲା କରିବା ପରେ ଦୁଇ ସେନା ମୁଖ୍ୟଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଆମେରିକା ଏ ନେଇ ଚୀନକୁ ଚେତାବନୀ ଦେଇଥିବା ବେଳେ ଅନେକ ରାଷ୍ଟ୍ର ଚୀନର ଏଭଳି ହୀନ ଉଦ୍ୟମକୁ ନାପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ଓ ୩୦ ମଧ୍ୟବର୍ତ୍ତୀ ରାତିରେ ଭାରତୀୟ ସେନା ଲଦାଖର ଚୁସୁଲ ନିକଟ ଦକ୍ଷିଣ ପାଙ୍ଗୋଙ୍ଗ ନିକଟବର୍ତ୍ତୀ ଭାରତୀୟ ଅଞ୍ଚଳରେ ଚୀନ୍ ସେନାର ବଳପୂର୍ବକ ପ୍ରବେଶ ଉଦ୍ୟମକୁ ବାଧା ଦେଇଥିଲା। ଅଗଷ୍ଟ ୧ରେ ମଧ୍ୟ ଭାରତୀୟ ସେନା ବାହିନୀ ପୂର୍ବ ଲଦାଖର ଚୁମାର ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ୱରେ ଚୀନ୍ ସେନାର ପ୍ରବେଶ କରିବାକୁ ଉଦ୍ୟମକୁ ବିଫଳ କରିଥିଲା। ଫିଙ୍ଗର ଅଞ୍ଚଳ ଓ ଗଲୱାନ୍ ଉପତ୍ୟକାରେ ଚଳିତ ବର୍ଷ ଏପ୍ରିଲ ମାସରୁ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଛି।

ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଗତ ତିନିମାସ ଧରି ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ସମେତ ଦୁଇ ପକ୍ଷ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ଥରରେ ଆଲୋଚନା ଚାଲିଥିଲେ ମଧ୍ୟ ଚୀନ ବାରମ୍ବାର ଉତ୍ତେଜନା ସୃଷ୍ଟି କରିଚାଲିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories