www.samajalive.in
Friday, December 5, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ରାଜକନିକା : ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା । ଗୁରୁବାର ଏକ ଜମିବାଡି ବିବାଦର ଫଇସାଲା କରିବା ପାଇଁ ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା ପଞ୍ଚାୟତର ଗୋକଣ୍ଣେଶ୍ବର ଗ୍ରାମର ଦିବାକର ସେଠୀଙ୍କର କିଛି ଦିନ ହେବ ଏକ ଜମିବାଡି ବିବାଦ ଚାଲିଥିଲା । ଏହି ମାମଲାରେ ଫଇସାଲା କରିବା ପାଇଁ ଏଏସ୍‌ଆଇ ବୈଷ୍ଣବ ବେହେରା ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦିବାକର ଏନେଇ କେନ୍ଦ୍ରାପଡା ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଏଏସ୍ଆଇକୁ ଧରିବା ପାଇଁ ଜାଲ ବିଛାଇଥିଲା ।ଦିବାକର ଏଏସ୍ଆଇ ବୈଷ୍ଣବ ବେହେରାଙ୍କ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । 

ସୂଚନାଯୋଗ୍ୟ ରାଜକନିକା ଥାନା ଏଏସ୍‌ଆଇଙ୍କ ନାମରେ ଆଗରୁ ବହୁବାର ଲାଞ୍ଚ ନେବାର ଅଭିଯୋଗ ଆସିଥିଲା। ଏଥି ପାଇଁ ଭିଜିଲାନ୍ସ ଟିମ୍‌ର ସ୍କାନରରେ ମଧ୍ୟ ରହିଥିଲେ ଏହି ଲାଞ୍ଚୁଆ ଥାନା ଏଏସ୍ଆଇ ଏବଂ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏଏସ୍ଆଇ ଭିଜିଲାନ୍ସ ଜାଲରେ ପଡିଥିଲେ ମଧ୍ୟ ରାଜକନିକା ଥାନାରେ ବହୁ ପୁଲିସ ବାବୁ ଏମିତି ଲାଞ୍ଚ ନେଉଥିବାର ଅଭିଯୋଗ ହେଉଛି । କିନ୍ତୁ ସାଧାରଣ ଲୋକ ଭିଜିଲାନ୍ସ ବାବଦରେ ଅଧିକ ଅବଗତ ନଥିବା କାରଣରୁ ଏବଂ ପୁଲିସର ଜୁଲମରୁ ବର୍ତ୍ତିବା ପାଇଁ ପୁଲିସ ବାବୁଙ୍କ ଦାବିମୁତାବକ ଲାଞ୍ଚ ଦେବାପାଇଁ ବାଧ୍ୟ ହେଉଛନ୍ତି । ବିଗତ କିଛି ବର୍ଷ ହେବ ରାଜକନିକା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତ ଏପରି ବିପର୍ଯ୍ୟସ୍ଥ ହୋଇପଡିଛି ।ରାଜକନିକା ଅଞ୍ଚଳରେ ଲୋକମାନେ ପୁଲିସର ଜୁଲମଗିରିରେ ଅତିଷ୍ଠ ହୋଇଯାଇଥିଲେ ମଧ୍ୟ  ଏଥି ପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories