www.samajalive.in
Sunday, December 14, 2025
19.1 C
Bhubaneswar

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାଉରକେଲା :  ସୁନ୍ଦରଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଡାକ୍ତର ପରାଗ ହର୍ଷଦ ଗାଭାଲି ଶନିବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ରାଉରକେଲାର ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ।
ଓଡ଼ିଶା ୨୦୨୩ରେ ହେବାକୁ ଥିବା ବିଶ୍ୱକପ୍ ହକିର ଆୟୋଜକ ରହିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ବିଶ୍ୱକପ ହକିର ବିଭିନ୍ନ ମ୍ୟାଚ ଖେଳାଯିବ। ତେଣୁ ରାଉରକେଲାରେ ଭାରତର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି।
ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି। ତା’ଛଡ଼ା ଖେଳାଳିମାନଙ୍କ ପାଇଁ ଚେଞ୍ଜିଙ୍ଗ ରୁମ, ଅତ୍ୟାଧୁନିକ ଜିମ୍ କରାଯାଉଥିବା ବେଳେ ଫ୍ୟାସିଲିଟି ବିଲ୍ଡିଂ ଏବଂ ପ୍ରଶାସନିକ ବିଲ୍ଡିଂ ନିର୍ମାଣ କରାଯାଉଛି। ଗାଡ଼ି ରଖିବା ପାଇଁ ପାର୍କିଂ ସୁବିଧା ମଧ୍ୟ କରାଯାଉଛି। ଜିଲ୍ଲାପାଳ ଏସବୁ ପ୍ରକଳ୍ପସ୍ଥଳ ବୁଲି ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜିଲ୍ଲାପାଳ ରାଉରକେଲାରେ ଚାଲିଥିବା ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ବୁଲି ଦେଖିଥିଲେ। ଆଗାମୀ ବିଶ୍ୱକପ ହକି ପୂର୍ବରୁ ଏହି ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ କିପରି ଶେଷ ହେବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।
ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ ପରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବିଶ୍ୱକପ୍ ହକି ପାଇଁ  ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଶେଷକରି ରାସ୍ତା ନିର୍ମାଣ, ଆଲୋକୀକରଣ ଏବଂ ସହରର ସୌନ୍ଦର୍ଯ୍ୟକରଣ ଆଦି କାମର ଅଗ୍ରଗତି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଶନିବାର ଦିନ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ଛେଣ୍ଡଠାରେ ନିର୍ମାଣ କରାଯାଇଥିବା ଦୁଇଟି ଆଧୁନିକ ପାର୍କର ଉଦଘାଟନ କରାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ମିଶନଶକ୍ତିର ଜଣେ ମା’ଙ୍କ ହାତରେ ଏହାର ଉଦଘାଟନ କରାଯାଇଥିଲା।
ଏହି ପାର୍କରେ ବିଭିନ୍ନ ବୟସର ବ୍ୟକ୍ତିଙ୍କ ଚିତ୍ତବିନୋଦନ ଓ ବ୍ୟାୟାମ ପାଇଁ ବିଶେଷ ସୁବିଧା ରହିଛି।  ଏହା ସହିତ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଖେଳ ଉପକରଣ, ଯୁବପିଢ଼ି ଏବଂ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଓପନ ଜିମ୍ ରହିଛି। ଏହି ପାର୍କର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପାନପୋଷ ଉପ-ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ କୁମାର ବେଉରା ଏବଂ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories