www.samajalive.in
Saturday, December 6, 2025
17.1 C
Bhubaneswar

ନୀତିଶଙ୍କୁ ଆରଜେଡିର ଅଫର୍‌: ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ, ୨୦୨୪ରେ ତୁମକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବୁ

ପଟନା: ବିହାରରେ ନୂଆ ସରକାର ଗଠନ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ ସମ୍ପ୍ରସାରଣ ହୋଇନାହିଁ। ଏପରି ସ୍ଥିତିରେ ରାଜ୍ୟରେ ବହୁମତ ହାସଲ କରିଥିବା ଏନଡିଏ ମେଣ୍ଟ ଭିତରେ କନ୍ଦଳ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ବିଧାୟକ ବିଜେପିରେ ସାମିଲ ହେବା ପରେ ବିହାରରେ ଦଳର ମୁଖ୍ୟ ନୀତିଶ କୁମାର ଚିନ୍ତାରେ ପଡ଼ିଯାଇଛନ୍ତି। ସେ ଏନଡିଏ ସହିତ ରହିବେ ନା ଅଲଗା ହୋଇ ଆରଜେଡି ସହିତ ମିଶି ରାଜ୍ୟରେ ସରକାର ଗଢ଼ିବେ ତାହାକୁ ନେଇ ଦ୍ବନ୍ଦ୍ବରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ଆରଜେଡି ନିତିଶଙ୍କୁ ଏକ ଅଫର ଦେଇଛି। ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତି, ତେବେ ଆରଜେଡି ୨୦୨୪  ନିର୍ବାଚନରେ ନିତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ସମର୍ଥନ କରିବ।

- Advertisement -

ବିହାରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ହାସଲ କରିଥିବା ସତ୍ବେ ନିତିଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। କିନ୍ତୁ ଅରୁଣାଚଳ ପ୍ରଦେଶ ଘଟଣା ପରେ ନୀତିଶ ଚିନ୍ତାରେ ପଡ଼ିଛନ୍ତି। ଭବିଷ୍ୟତରେ ଜେଡିୟୁ କାଳେ ବିଜେପିରେ ବିଲୀନ ହୋଇଯିବ ଏବଂ ନୀତିଶଙ୍କ ଅସ୍ତିତ୍ଵ ଲିଭିଯିବ, ସେ ନେଇ ନୀତିଶ ଚିନ୍ତିତ ହୋଇପଡ଼ିଥିବା କୁହାଯାଉଛି। ଏହି କାରଣରୁ ଆରଜେଡି ଏବେ ଜେଡିୟୁ ସହିତ ମିଶି ସରକାର ଗଢ଼ିବାକୁ ଅଫର୍‌ ଦେଇଛି।

ବିହାରରେ ବିଜେପି-ଜେଡିୟୁ ମେଣ୍ଟକୁ ବହୁମତ ମିଳିଛି। ଏହା ସତ୍ବେ ଆରଜେଡି ସରକାର ଗଢ଼ିବା ଆଶା ଛାଡ଼ିନାହିଁ। ଏଥିପାଇଁ ଦଳ ନୀତିଶଙ୍କୁ ଦିଲ୍ଲୀ ପଠାଇବାକୁ ପ୍ରସ୍ତୁତ ରହିଛି। ତେବେ ଆାରଜେଡିର ଏହି ଅଫର ପଛରେ ବିଜେପି-ଜେଡିୟୁ ମେଣ୍ଟରେ ଫାଟ ସୃଷ୍ଟି କରିବା ଏକ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ବିହାର ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ଦଳ ସରକାର ଗଢ଼ିବା ଲାଗି ସଂଖ୍ୟା ଗରିଷ୍ଠତା ହାସଲ କରିନାହିଁ। ରାଜ୍ୟର ୨୪୩ ଆସନରୁ ଆରଜେଡି ସର୍ବାଧିକ ୭୫ ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୭୪ ଏବଂ ଜେଡିୟୁ ୪୩ ଆସନ ହାତେଇଛି। କଂଗ୍ରେସ ୧୯ ଆସନରେ ବିଜୟ ଲାଭ କରିଛି। ବିଜେପି ଏବଂ ଜେଡିୟୁ ଏନଡିଏରେ ସାମିଲ ଥିବାରୁ ରାଜ୍ୟରେ ମେଣ୍ଟ ସରକାର ଗଠନ ହୋଇଛି। ଯଦି ଜେଡିୟୁ ଏନଡିଏରୁ ଅଲଗା ହୋଇଯାଏ ତେବେ ତା’କୁ ଆରଜେଡି ସହିତ ମିଶି ସରକାର ଗଢ଼ିବାକୁ ପଡ଼ିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories