www.samajalive.in
Saturday, December 6, 2025
15.1 C
Bhubaneswar

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଥାନା ଅନ୍ତର୍ଗତ ରେଣ୍ଠାପାଟ ପଞ୍ଚାୟତ ପାଣି ଗେଙ୍ଗୁଟିଆ ଗ୍ରାମର ଜଣେ ବୃଦ୍ଧଙ୍କୁ ଦନ୍ତା ହାତୀ ବିଲରେ ଗୋଡ଼ାଇ ଗୋଡ଼ାଇ ମାରିଦେଇଥିବା ଜଣାପଡିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଫକୀର ଭୋଇ।

ସୂଚନା ଅନୁଯାୟୀ, ଫକୀର ସକାଳ ସମୟରେ ଧାନ ବିଲକୁ ନଡ଼ା ଭିଡ଼ିବାକୁ ଆସିଥିଲେ। ଏହି ସମୟରେ ସେ ଦାନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ। ପ୍ରାଣ ବଞ୍ଚାଇବାକୁ ଫକୀର ଉଦ୍ୟମ କରିଥିଲେ ମଧ୍ୟ ଉକ୍ତ ହାତୀ କବଳରୁ ବଞ୍ଚି ପାରି ନ ଥିଲେ। ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ସାଧାରଣରେ ଦାବି ହୋଇଛି। ହାତୀ ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ବନ ବିଭାଗର ନିଦ ଭାଙ୍ଗୁନି ଓ ଦେଉଥିବା ପ୍ରତିଶ୍ରୁତି ପାଳନ କରୁନି ବୋଲି ଗାଁଲୋକେ କହିଛନ୍ତି। ମୃତକ ପରିବାରଙ୍କୁ କ୍ଷତି ପୂରଣ ଦେବା ପରେ ଶବ ଉଠାଯିବ ବୋଲି ସ୍ଥାନୀୟଲୋକେ ଅଡ଼ି ବସିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories