ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା -ଏ ଓ ଭାରତ-ଏ ମଧ୍ୟରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସି ଗ୍ରାଉଣ୍ଡରେ ଦୁଇଟି ୪ ଦିନିକିଆ ମ୍ୟାଚ ଚଳିତ ଅକ୍ଟୋବର ୩୦ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ପ୍ରଥମ ଓ ଦ୍ବିତୀୟ ମ୍ୟାଚ ଲାଗି ଭିନ୍ନଭିନ୍ନ ଭାରତ-ଏ ଦଳ ମନୋନୟନ କରାଯାଇଛି। ଉଭୟ ମ୍ୟାଚରେ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଭାରତୀୟ-ଏ ଦଳର ନେତୃତ୍ବ ନେେବ। ପନ୍ତ ଗତ ଜୁଲାଇ-ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଅବସରରେ ଆହତ ହୋଇଥିଲେ। ଫଳେର ସେ ଏସିଆ କପ୍ , ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଅୖା ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଏବେ ସୁସ୍ଥ ହେବା ପରେ କ୍ରିକେଟକୁ ଫେରିଛନ୍ତି। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦ୍ବିତୀୟ ମ୍ୟାଚ ଲାଗି ଲୋକେଶ ରାହୁଲ, ଧ୍ରୁବ ଜୁରେଲ, ମହମ୍ମଦ ସିରାଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ସ୍ଥାନ ମିଳିଛି। ପ୍ରଥମ ୪ ଦିନିଆ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ଓ ଦ୍ବିତୀୟ ମ୍ୟାଚ ନଭେମ୍ବର ୬ରୁ ୯ ପର୍ଯ୍ୟନ୍ତ ଖେଳାଯିବ।
ଭାରତ-ଏ ପ୍ରଥମ ମ୍ୟାଚ : ଋଷଭ ପନ୍ତ(ଅଧିନାୟକ), ଆୟୁଷ ମାହାତ୍ରେ,ଏନ ଜଗଦିଶାନ (ୱିକେଟରକ୍ଷକ), ସାଇ ସୁଦର୍ଶନ (ଉପ ଅଧିନାୟକ), ଦେବଦତ୍ତ ପାଡ଼ିକଲ, ରଜତ ପଟିଦାର, ହର୍ଷ ଦୁବେ, ତନୁଶ କୋଟିଆନ, ମାନବ ସୂତାର, ଅଂଶୁଲ କାମ୍ବୋଜ, ୟଶ ଠାକୁର, ଆୟୁଷ ବାଦୋନି, ସାରାଂଶ ଜୈନ।
ଦ୍ବିତୀୟ ମ୍ୟାଚ : ଋଷଭ ପନ୍ତ(ଅଧିନାୟକ), ଧ୍ରୁବ ଜୁରେଲ, ଲୋକେଶ ରାହୁଲ, ସାଇ ସୁଦର୍ଶନ)ଉପ ଅଧିନାୟକ), ଦେବଦତ୍ତ ପାଡ଼ିକଲ, ଋତୁରାଜ ଗାଏକ୍ବାର୍ଡ, ହର୍ଷ ଦୁବେ,ତନୁଷ କୋଟିଆନ, ମାନବ ସୂତାର, ଖଲିଲ ଅହମ୍ମଦ, ଗୁରୁନୂର ବ୍ରାର, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କୃଷ୍ଣ,ମହମ୍ମଦ ସିରାଜ, ଆକାଶ ଦୀପ୍।



