www.samajalive.in
Sunday, December 7, 2025
14.1 C
Bhubaneswar

ପନ୍ତ୍ ନାଁ ସାହା; କିଏ ହେବେ ଦିବାରାତ୍ର ଟେଷ୍ଟ ଟିମରେ ଭାରତର ୱିକେଟ କିପର ?

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବ।ଏହି ମ୍ୟାଚଟି ଦିବାରାତ୍ର ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ସମ୍ଭାବ୍ୟ ଭାରତୀୟ ଚୂଡ଼ାନ୍ତ ଏକାଦଶ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ରେ ୱିକେଟ୍ କିପର କିଏ ହେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏହି ମ୍ୟାଚରେ ୩୬ ବର୍ଷୀୟ ସାହା ୱିକେଟ୍ କିପିଂ କରିବେ କିମ୍ବା ୨୩ ବର୍ଷୀୟ ପନ୍ତ୍ ୱେକେଟ୍ କିପର ଭାବେ ଦଳରେ ସ୍ଥାନ ପାଇବେ ।
ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି, ସହକାରୀ ପ୍ରଶିକ୍ଷକ ବିକ୍ରମ ରାଠୋର, ଭରତ ଅରୁଣ ଏବଂ ଚୟନକର୍ତ୍ତା ହରବିନ୍ଦର ସିଂ ଉଭୟଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରିବେ।ଏହାପରେ ମ୍ୟାଚରେ ଉଭୟଙ୍କ ମଧ୍ୟରେ କେଉଁ ଖେଳାଳି ସ୍ଥାନ ପାଇବେ ସ୍ଥିର ହେବ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories