ଓସ୍କାର ଅଭିଯାନ ପାଇଁ ରିମା ଦାସଙ୍କୁ ୧ କୋଟି ଦେଲେ ଆସାମ ସରକାର

0

ନୂଆଦିଲ୍ଲୀ : ଜାତୀୟ ପୁରସ୍କାର ବିଜେତା ଆସାମୀ ଚଳଚ୍ଚିତ୍ର ନିର୍ମାତା ରିମା ଦାସଙ୍କୁ ଆସାମ ସରକାର ୧କୋଟି ଟଙ୍କା ଦେଇଛନ୍ତି। ୨୦୧୯ ଏକାଡେମୀ ପୁରସ୍କାର ତଥା ଓସ୍କାର ପୁରସ୍କାର ପାଇଁ ଭାରତୀୟ ଚଳଚ୍ଚିତ୍ର ‘ଭିଲେଜ ରକଷ୍ଟାର’ ସ୍ଥାନ ପାଇଛି। ଏହାର ପ୍ରଚାର ପାଇଁ ଆସାମ ସରକାର ରିମା ଦାସଙ୍କୁ ଏହି ଅର୍ଥରାଶି ଦେଇଛନ୍ତି। ଯେବେଠାରୁ ‘ଭିଲେଜ ରକଷ୍ଟାର’ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନିତ ହୋଇଛି ସେବେଠାରୁ ରିମା ଏହାର ପ୍ରଚାର ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି। ‘ଆସାମ ସରକାରଙ୍କ ଏହି ଅର୍ଥରାଶି ଚଳଚ୍ଚିତ୍ର ପ୍ରଚାର ପାଇଁ ସାହାଯ୍ୟ କରିବ। ମୋ ବିଶ୍ୱାସ ଏହାର ପ୍ରଚାର ବହୁତ ଭଲ ଭାବରେ ହଇପାରିବ ବୋଲି’ ରିମା କହିଛନ୍ତି। ପୂର୍ବ ବର୍ଷ ଚଳଚ୍ଚିତ୍ର ‘ଭିଲେଜ ରକଷ୍ଟାର’ ଅକ୍ସଫାମ ପୁରସ୍କାର ପାଇଥିଲା।

Leave A Reply