www.samajalive.in
Friday, December 12, 2025
26.1 C
Bhubaneswar

ଜେଟଲୀଙ୍କ ସମ୍ପର୍କୀୟ ଏହି ଦୁଇ ଟିଭି କଳାକାର : ନିଧନ ଖବର ଶୁଶି ଲାଗିଥିଲା ଶକ୍ତ ଧକ୍କା

ମୁମ୍ବଇ : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନେକ ଅଭିନେତା/ଅଭିନେତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ଏପରି ଦୁଇ ଜଣ ଟିଭି କଳାକାର ଅଛନ୍ତି ଯାହାଙ୍କୁ ଜେଟଲୀଙ୍କ ବିୟୋଗ ଶକ୍ତ ଧକ୍କା ଦେଇଛି। କାରଣ ସେ ଦୁହେଁ ଜେଟଲୀଙ୍କ ସମ୍ପର୍କୀୟ। ଏହା ହୁଏତ ଖୁବ୍‍ କମ୍‍ ଲୋକ ଜାଣିଥିବେ ଯେ ଟିଭି ଧାରାବାହିକ ‘ମର୍ଯ୍ୟାଦା ଲେକିନ୍‍ କବ୍‍ ତକ୍‍’ର ଲୋକପ୍ରିୟ ଅଭିନେତ୍ରୀ ରିଦ୍ଧି ଡୋଗରା ଏବଂ ଅଭିନେତା ଅକ୍ଷୟ ଡୋଗରା ଦୁଇ ଭାଇ-ଭଉଣୀ ସମ୍ପର୍କରେ ଜେଟଲୀଙ୍କ ପୁତୁରା ଓ ଝିଆରୀ ଲାଗନ୍ତି।

- Advertisement -

ଅକ୍ଷୟ ଧାରାବାହିକ ‘ଇସ୍‍ ପ୍ୟାର୍‍ କୋ କ୍ୟା ନାମ୍‍ ଦୁଁ’ ଓ ‘ଦୋ ଦିଲ୍‍ ଏକ ଜାନ୍‍’ରେ ଅଭିନୟ କରିଛନ୍ତି। ଜେଟଲୀଙ୍କ ବିୟୋଗର ଖବର ପାଇବା ପରେ ରିଦ୍ଧି ଟ୍ୱିଟ୍‍ କରି ଶୋକ ପ୍ରକାଶ କରିଥିଲେ। ଜେଟଲୀଙ୍କ ବିୟୋଗ ସମ୍ବନ୍ଧୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟ୍‍କୁ ସେ ରିଟ୍ୱିଟ୍‍ କରି ଦୁଃଖଦ ଇମୋଜୀ ମଧ୍ୟ ଦେଇଥିଲେ।

ପୂର୍ବରୁ ଜେଟଲୀଙ୍କ ଜନ୍ମଦିନରେ ରିଦ୍ଧି ତାଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ସେ ଲେଖିଥିଲେ, ‘ଅରୁଣ ପିଉସାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରୁଛି। ସର୍ବଦା ଅନୁପ୍ରାଣିତ କରିଥିବାରୁ ଆପଣଙ୍କୁ ଧନ୍ୟବାଦ’।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories