www.samajalive.in
Friday, December 12, 2025
27.1 C
Bhubaneswar

ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ, ନିଗମବୋଧ ଘାଟ ଅଭିମୁଖେ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପରଲୋକ ଗମନ କରିଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି। ରବିବାର ଅପରାହ୍ନ ୧ଟା ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ଜେଟଲୀଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଯମୁନା ନଦୀ କୂଳରେ ଥିବା ନିଗମବୋଧ ଘାଟକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି। ସେଠାରେ ମରଶରୀର ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ରବିବାର ପୂର୍ବାହ୍ନରେ କୈଳାସ କଲୋନୀସ୍ଥିତ ଜେଟଲୀଙ୍କ ବାସଭବନରେ ତାଙ୍କ ମରଶରୀରକୁ ରଖାଯାଇଥିଲା। ବହୁ ନେତା ଏବଂ ବୁଦ୍ଧିଜୀବୀ ସେଠାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହା ପରେ ପୂର୍ବାହ୍ନ ୧୧ଟାରେ ପାର୍ଥିବ ଶରୀରକୁ ଦୀନଦୟାଲ ଉପାଧ୍ୟାୟମାର୍ଗ ସ୍ଥିତ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ନେତାମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଯୋଗଗୁରୁ ବାବା ରାମଦେବଙ୍କ ସମେତ ଦଳୀୟ ନେତାମାନେ ଜେଟଲୀଙ୍କ ଶେଷ ଦର୍ଶନ କରିଥିଲେ। ପରେ ଅପରାହ୍ନ ୧ଟାରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ନିଆଯାଇଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories