www.samajalive.in
Monday, December 8, 2025
13.1 C
Bhubaneswar

ଜାଣନ୍ତୁ, ଅଦରକାରୀ ଭାବି ଫିଙ୍ଗି ଦେଉଥିବା ପେଜ କେତେ ଉପକାରୀ !

ସାଧାରଣତଃ ପ୍ରତ୍ୟେକଦିନ ଆମ ଘରେ ଆଉ ଯାହା ହେଉ ବା ନହେଉ ଭାତ ନିଶ୍ଚିତ୍ତ ପ୍ରସ୍ତୁତ ହୋଇଥାଏ। କାରଣ ଏହା ଆମର ପ୍ରଧାନ ଖାଦ୍ୟ। ତେବେ ଭାତ ରାନ୍ଧିବା ସମୟରେ ସେଥିରୁ ପେଜ ବାହାରିଥାଏ। ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ ଅଥବା ନଳାରେ ଫିଙ୍ଗି ଦେଇଥାଉ। ହେଲେ ଖୁବ୍ କମ୍ ଲୋକ ଏବିଷୟରେ ଜାଣନ୍ତି ଯେ, ଭାତ ରାନ୍ଧିବା ପରେ ସେଥିରୁ ବାହାରୁଥିବା ପେଜ ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଚାଲନ୍ତୁ ଜାଣିବା ଆମେ ଫିଙ୍ଗି ଦେଉଥିବା ପେଜ ଆମର କି ଉପକାର କରିଥାଏ –

- Advertisement -

ପେଜରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ପେଜରେ ଲୁଣ ଓ ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରାଯାଇଥାଏ। ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ପେଜରେ ପୁଦିନା ଓ କଳା ଲୁଣ ମିଶାଇ ସୁପ୍ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ। ପେଜ ଶରୀରକୁ ଥଣ୍ଡା ରଖିଥାଏ। ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ। ପେଟ ସଫା ରହିଲେ ଶରୀରର ଅନେକ ରୋଗ ଦୂର ହୋଇଥାଏ। ଏତଦ୍ ବ୍ୟତୀତ ପେଜରେ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ।

ପେଜ କେବଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ସୌନ୍ଦର୍ୟ୍ୟକୁ ଅତୁଟ ରଖିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍ ଓ ମିନିରାଲ୍ସ ଭରି ରହିଥାଏ। ଏହା ଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ। ପେଜକୁ ଥଣ୍ଡା କରି ଏହାକୁ ମୁହଁରେ ଲଗାନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ସଙ୍କୁଚିତ ହୁଏ ନାହିଁ। ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। କେବଳ ଏତିକି ନୁହେଁ ଏହାକୁ ସ୍ୟାମ୍ପୁ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ପାଇଥାଏ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories