www.samajalive.in
Saturday, December 6, 2025
26.1 C
Bhubaneswar

ଚାଲୁ ଥିଲା ବେଆଇନ ଚାଉଳ କାରବାର ; ମିଲ ପରିସରରେ ୧୪୪ ଧାରା ଜାରି

ସଇଁତଳା : ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲ୍‍ ମାଲିକ କରୁଥିଲେ ବେଆଇନ କାରବାର । ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସଇଁତଳା ବିଭିନା ସ୍ଥିତ ରାଇସ ଚଢ଼ାଉ ମିଲ୍‍ ରେ ଚଢ଼ାଉ କରିଥିଲେ । ଯୋଗାଣ ବିଭାଗକୁ ବିନା ସୂଚନା ଦେଇ ପ୍ରଥମେ ମିଲରେ ଚଢ଼ାଉ କରିଥିଲେ। ମିଲ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ଦେଖି ଚକିତ ହୋଇଯାଇଥିଲେ ପରେ ମିଲର ସବୁ ଦସ୍ତାବେଜକୁ ଜବତ କରି ଟିଟିଲାଗଡ଼ ଯୋଗାଣ ବିଭାଗ, ସଇଁତଳା ତହସିଲଦାର ସୁରେନ୍ଦ୍ର ମେହେର,ସଇଁତଳା ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସ ଓ  ପୁଲିସ  ପ୍ରଶାସନକୁ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସମଗ୍ର ମିଲ ପରିସରକୁ ସିଲ କରିବା ପାଇଁ  ତହସିଲଦାରକୁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ।  ରାଇସ ମିଲର ଅରୁଆ ଚାଉଳ ଗୋଟିଏ ଗୋଦାମ ଏବଂ ଉଷୁନା ଚାଉଳର ଦୁଇଟି ଗୋଦାମକୁ ସିଲ କରିଥିଲେ। ଅନୁମାନ କରାଯାଉଛି ଅସାଧୁ ଉପାୟରେ ବ୍ୟାପକ ଧାନ ଏବଂ ଚାଉଳ କଳାବଜାରୀ କରିବା ସହ ସରକାରଙ୍କ ରାଜକୋଷକୁ ପରୋକ୍ଷରେ ଲୁଟ କରିଥିଲେ ସମ୍ପୃକ୍ତ ମିଲ ମାଲିକ । ତେବେ ଆସନ୍ତା କାଲି ମିଲରେ କେତେ ପରିମାଣରେ ଧାନ ଓ ଚାଉଳ ଗଚ୍ଛିତ ରହିଛି ତାହା ଓଜନ ପରେ ଜଣାପଡିବ ବୋଲି ଟିଟିଲାଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି। ଆଜି ସକାଳୁ ଜିଲ୍ଲାର ଏକ ସ୍ୱତନ୍ତ୍ର  ଟିମ  ରାଇସ ମିଲକୁ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମିଲ ପରିସରରେ ୧୪୪ ଧାରା ଜାରି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories