www.samajalive.in
Saturday, December 6, 2025
19.1 C
Bhubaneswar

ରଞ୍ଜନ କହିଲା ସୈତାନୀ ସତ, ମାନସଙ୍କୁ ପିଟିପିଟି କରିଥିଲେ ହତ୍ୟା

ଭୁବନେଶ୍ବର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ସବୁ ସତ ଓଗାଳିଥିବା ସୂଚନା ଦେଲା କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଥମେ ମାନସଙ୍କୁ ପଳାସପୁରରୁ ଅପହରଣ କରିଥିଲେ । ପରେ ତାଙ୍କୁ ଦୟାଲ ଆଶ୍ରମକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ନିରଞ୍ଜନ ଓ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ପିଟିଥିଲେ । ପିଟିବା ପରେ ମାନସଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବାପରେ ମୃତଦେହକୁ ଲୁଚାଇବା ପାଇଁ ପୁଣି ଚାଲିଥିଲା ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ର ।

ପରେ ମୃତଦେହକୁ ଏକ ଅଖାରେ ଲୁଚାଇ ଶର୍ମିଷ୍ଠାଙ୍କ କାର୍‌ରେ ନୟାଗଡ଼ର ରଣପୁରକୁ ନିଆଯାଇଥିଲା । ରଣପୁର ଅଞ୍ଚଳରେ ମାନସଙ୍କ ମୃତଦେହ ପୋତିବା ପରେ ସେଠାରୁ ଫେରିଥିଲେ ଅଭିଯୁକ୍ତ ମାନେ । ଫେରିବା ପରେ ଚଣ୍ଡିଖୋଲ ନିକଟରେ ମାନସଙ୍କ ରହିଥିବା କିଛି ଜିନିଷପତ୍ର ପୋଡ଼ିଥିଲେ । ଏନେଇ ସମସ୍ତ କଥା ଟିକନିଖ୍‌ ଭାବେ କ୍ରାଇମବ୍ରାଞ୍ଚକୁ ରଞ୍ଜନ କହିବା ପରେ ଘଟଣାସ୍ଥଳକୁ ରଞ୍ଜନକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଥିଲା । ଚଣ୍ଡିଖୋଲରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍‌, ଚପଲ, କୋଦାଳ, କଇଁଚି ଏବଂ ଶବ ନେଇଥିବା ଅଖା ଜବତ କରିଛି ।

- Advertisement -

ତେବେ ଗତ ଦୁଇଦିନ ହେଲା ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚ ଜେରା କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି । ଆଜି ଏହି ଘଟଣା ସମ୍ପର୍କରେ ମଧ୍ୟ ୨ଟି ଗାଡ଼ିରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ ନେଇଥିଲା । ସେଠାରେ ଏସବୁ ସତ ରଞ୍ଜନ ଓଗାଳିଥିବା କ୍ରାଇମବ୍ରାଞ୍ଚ କହିଛି । ଆସନ୍ତାକାଲି ଅଭିଯୁକ୍ତ ମାନଙ୍କ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହେବ ବୋଲି ସୂଚନା ଦିଆଯାଇଛି । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତଙ୍କୁ କ୍ରଇମବ୍ରାଞ୍ଚ ଘନଘନ ଜେରା କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତା ଶାର୍ମିଷ୍ଠା କ୍ରାଇମବ୍ରାଞ୍ଚର ପ୍ରଶ୍ନରେ ଘଇଲା ହୋଇଥିଲେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories