www.samajalive.in
Monday, December 15, 2025
27.1 C
Bhubaneswar

ଅସଜଡା ଭିତିଭୂମିରେ ଚାଲିଛି ଧାନ ସଂଗ୍ରହ, ମୁକୁଳା ପଡିଛି ମାର୍କେଟ ୟାର୍ଡ

ହରଭଙ୍ଗା : ସରକାର ଖରିଫ ଧାନ ସଂଗ୍ରହ ସୁ-ବନ୍ଦୋବସ୍ତ ଦିଗରେ ଚାଷୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବୌଦ୍ଧଜିଲ୍ଲାରେ ଚଳିତବର୍ଷ ଅସଜଡା ଭିତିଭୂମିରେ ଖରିଫ ଧାନକିଣା ଚାଲିଥିବା ଭଳି ଅଭାବନୀୟ ଚିତ୍ର ନଜରକୁ ଆସିଛି। ପ୍ରକାଶ ଯେ, ବୌଦ୍ଧଜିଲ୍ଲାରେ ଗୋଟିଏ ଆର.ଏମ.ସି ରହିଛି। ଚଳିତବର୍ଷ ଜିଲ୍ଲାର ୬ଟି ମାର୍କେଟ ୟାର୍ଡ ସହିତ ୪୨ଟି ପ୍ୟାକ୍ସ ଅଧିନରେ ସମୁଦାୟ ୬୦ଟି ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। ମାର୍କେଟ ୟାର୍ଡ ଗୁଡିକରେ ଧାନର ମାନ ପରୀକ୍ଷା ଠାରୁ ଆରମ୍ଭ କରି ଧାନର ସୁରକ୍ଷା ଏବଂ ଚାଷୀଙ୍କ ସୁବିଧା ପାଇଁ ପ୍ରତି ଧାନକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ବିଶ୍ରାମ ଗୃହ, ଶୌଚାଳୟ, ପିଇବା ପାଣି, ଖୋଲାପିଣ୍ଡି, ଗୋଦାମ ଗୃହ, କଭରସେଡ, ଡିଜିଟାଲ ଓଜନ, ମାପ ଯନ୍ତ୍ର, ମଏଶ୍ଚର ମିଟର, ପେଡି କ୍ଲିନର, ସେଟଅପ ସିଡ, ଆନାଲିସିସ କିଟ, ମିନି ଗ୍ରେଡର ଓ ତାରପୋଲିନ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ଧାନକ୍ରୟର ୨ ପ୍ରତିଶତ ଆର.ଏମ.ସି ନେଉଛି। ସେହିପରି ପ୍ୟାକ୍ସ ଅଧିନରେ ଚାଲିଥିବା ଧାନକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ପାଇଁ ଚାଷୀ ବିଶ୍ରାମଗୃହ,ଶୌଚାଳୟ,ପିଇବା ପାଣି,ଖୋଲାପିଣ୍ଡି ଏବଂ ତାରପୋଲିନ ଭଳି ସର୍ବନିମ୍ନ ସୁବିଧା ଯୋଗାଇବା ଦାୟିତ୍ୱ ପ୍ୟାକ୍ସର। ଏସବୁ ନିମନ୍ତେ ପ୍ୟାକ୍ସ ଧାନ କ୍ରୟର ୨.୫ ପ୍ରତିଶ୍ରତ ମୂଲ୍ୟ ନେଉଛି। ମାତ୍ର ବାସ୍ତବରେ ଧାନକ୍ରୟ କେନ୍ଦ୍ର ଗୁଡିକରେ ଏଭଳି ଆନୁସାଙ୍ଗିକ ସୁବିଧା ନଥିବା ଦେଖିବାକୁ ମିଳିଛି। ଖାଲି ସେତକି ନୁହେଁ ମଣ୍ଡି ବ୍ୟବସ୍ଥାରେ ଯେଉଁଧାନ ଏଫଏକ୍ୟୁ ମାନର ନୁହେଁ ତାକୁ ଏଫଏକ୍ୟୁ ମାନର କରିବା ପରେ ବିକ୍ରି କରାଯିବ ବ୍ୟବସ୍ଥା ରହିଛି। ଚାଷୀ ଯେମିତି ବି ଧାନ ଆଣିଥାଉ ନାଁ କାହିଁକି ଉକ୍ତ ଧାନକୁ ଏଫଏକ୍ୟୁ କରିବା ପରେ ଏହା ବିକ୍ରି ହେବା କଥା। ବାସ୍ତବରେ ସେମିତି କିଛି ହେଉ ନାହିଁ ବରଂ ଚାଷୀଠାରୁ ଏଫଏକ୍ୟୁମାନର ଧାନ ନୁହେଁ ବୋଲି କଟନୀଛଟନୀ ଭଳି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯାହାର ଫାଇଦା ମିର୍ଲ୍ଲସ ଉଠାଇ ଚାଷୀଙ୍କୁ ଶୋଷଣ କରୁଛି। ଖାଲି ସେତିକି ନୁହେଁ ହରଭଙ୍ଗା ବ୍ଲକର ମଣିପୁରଠାରେ ଥିବା ଲକ୍ଷ ଲକ୍ଷ ଟଙ୍କା ମାର୍କେଟ ୟାର୍ଡ ଖତ ଖାଉଥିବା ବେଳେ ଅଧିକାଂଶ ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥାଇ  ଖରିଫ ଧାନ ସଂଗ୍ରହ ଚାଲିଥିବା ଜଣାପଡିଛି। ଆଗକୁ ଆଉ ଅଢେଇ ମାସରୁ ଅଧିକ ଧାନ କିଣା ରହିଥିବାରୁ ଧାନକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ସୁବିଧା ପାଇଁ ପିଇବା ପାଣି,ଶୌଚାଳୟ,ବିଶ୍ରାମଗାର ବ୍ୟବସ୍ଥା କରାଯିବାକୁ ଚାଷୀ ମହଲରୁ ଦାବି ହେଉଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂର୍ପକରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ପଚାରିବାରୁ ସେ କହିଲେ ପ୍ରତି ଧାନ କେନ୍ଦ୍ରରେ ମାନ ପରୀକ୍ଷା ସୁବିଧା ରହିଛି। ଚାଷୀ ଚାହିଁଲେ ଏଫଏକ୍ୟୁ ପାଇଁ ମାନ ପରୀକ୍ଷା କରାଯିବ। ଧାନକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ସର୍ବନିମ୍ନ ସୁବିଧା ଯୋଗାଇବା ପ୍ୟାକ୍ସର ଦାୟିତ୍ୱ ବୋଲି କହିଥିଲେ। ମାର୍କେଟ ୟାର୍ଡର ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇବା କେବଳ ଆର.ଏମ.ସିର ବୋଲି କହିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories