www.samajalive.in
Friday, December 5, 2025
20.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ ଏହି ଫେସ ପ୍ୟାକ

ସଭିଏଁ ଇଚ୍ଛା କରିଥାଆନ୍ତି ଯେ ବୟସ ବୃଦ୍ଧି କାରଣରୁ ମୁହଁରେ ସୃଷ୍ଟି ହେଉଥିବା ବହୁ ଦାଗ, କୁଞ୍ଚନ ଭଳି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ। ଏହି କାରଣରୁ ପାର୍ଲର ଯାଇ ବିଭିନ୍ନ ଉପାୟ ମଧ୍ୟ କରିଥାଆନ୍ତି। ମାତ୍ର ବୟସ ବୃଦ୍ଧି କାରଣରୁ ସୃଷ୍ଟି ହେଉଥିବା ମୁହଁର ବିଭିନ୍ନ ସମସ୍ୟାକୁ ଘରୋଇ ଉପାୟରେ କିଭଳି ଦୂର କରି ପାରିବେ। ଜାଣନ୍ତୁ ସେ ବିଷୟରେ….
ଆପଣ ପ୍ରତିଦିନ ଚାଉଳରେ ପ୍ରସ୍ତୁତ ଭାତ ଖାଉଥିବେ। ଏହି ଚାଉଳକୁ ବ୍ୟବହାର କରି ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ପାଇପାରିବେ। ଚାଉଳରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ମୁହଁର କୁଞ୍ଚନକୁ ଦୂର କରିଥାଏ। ଏଥିରେ ଭିଟାମିନ ଇ ମଧ୍ୟ ପ୍ରଚୁର ପରିମାଣରେ ରହିଛି।
ଚାଉଳ ପାଣି ଫେସ ମାସ୍କ –
ଚାଉଳ ପାଣିକୁ ବ୍ୟବହାର କରି ଆପଣ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରିପାରିବେ। ଏହି ମାସ୍କ ଆପଣଙ୍କ ମୁହଁ ଚର୍ମରକୁ ସଠିକ ରଖିଥାଏ। ମୁହଁରେ କୁଞ୍ଚନ ସୃଷ୍ଟିରେ ବାଧା ସୃଷ୍ଟି କରିଥାଏ। ତେଣୁ ଏକ ଗ୍ଲାସ ପାଣିରେ ୧କପ ଚାଉଳକୁ ବତୁରାଇ ୧୦ ମିନିଟ ରଖନ୍ତୁ। ଏବେ ବତୁରାଇଥିବା ଚାଉଳକୁ କାଢି ଏହାକୁ ପେଷି  ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହାପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଆପଣ ଏହାକୁ ନିୟମିତ ବ୍ୟବହାର କରିପାରିବେ।
ଚାଉଳ ଫେସ ପ୍ୟାକ୍‍ –
ଚାଉଳର ଫେସ ପ୍ୟାକ ପାଇଁ ପ୍ରଥମେ ଏକ ଚାମଚ କ୍ଷୀର, ଏକ ଚାମଚ ଚାଉଳ, ଏକ ଚାମଚ ମହୁ ଆବଶ୍ୟକ। ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ ପାଣିରେ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ କ୍ଷୀର ଓ ମହୁ ମିଶାନ୍ତୁ।
ଫେସ ପ୍ୟାକ ଲଗାଇବାର ପ୍ରଣାଳୀ –
ପ୍ରଥମେ ଥଣ୍ଡା ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଚାଉଳରେ ପ୍ରସ୍ତୁତ କରିଥିବା ଫେସ ପ୍ୟାକକୁ ନିଜ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇବା ପରେ ଏହା ଶୁଖିଗଲେ ମୁହଁ ଧୋଇ ଦିଅନ୍ତୁ। ଏହି ଫେସ ପ୍ୟାକକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ଦାଗ ଦୂର ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories