www.samajalive.in
Friday, December 5, 2025
26.1 C
Bhubaneswar

ରାଉରକେଲା ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ଜିଲାପାଳ

ରାଉରକେଲା : ସୁନ୍ଦରଗଡ ଜିଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ରାଉରକେଲାରେ ପହଞ୍ଚି ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟଗୁଡିକୁ ବୁଲି ଦେଖାଇବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଥମେ ତରକେରାଠାରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଯାଇ ସେଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ। ସେଠାରେ ଆବଶ୍ୟକ ରାସ୍ତା ନିର୍ମାଣ ଲାଗି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ତା ପରେ ସିଭିଲ ଟାଉନସିପ ମୁଖ୍ୟ ଡ୍ରେନ, ଛେଣ୍ଡ କଳିଙ୍ଗ ବିହାର ମୁଖ୍ୟ ଡ୍ରେନ, ସେଣ୍ଟ୍ରାଲ ପାର୍କ ଓ ଏହାର ପାର୍ଶ୍ଵବର୍ତ୍ତି ଅଂଚଳର ଆବଶ୍ୟକ ଉନ୍ନତିକରଣ, ହାଉସିଂ ପ୍ରକଳ୍ପ, ସ୍ବେରେଜ ପ୍ରକଳ୍ପ ଅଧୀନରେ ଚାଲିଥିବା ପାଇପ ବିଛା କାର୍ଯ୍ୟ ଆଦି ବୁଲି ଦେଖି ତାହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରକଳ୍ପ ସ୍ଥାନରେ ଉଭୟ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହ ବି ଆଲୋଚନା କରି ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories