www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ

ସମାଜ ଡିଜିଟାଲ ଡେସ୍କ: ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ତାଗିଦ୍‍ । ଏବେ ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ । ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏହାସହିତ ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନଙ୍କ ଧାରଣା ଅଛି ଯେ ସେମାନେ ଭଲ କାମ କରୁଛନ୍ତି ହେଲେ ଜନସାଧାରଣଙ୍କ ଫିଡବ୍ୟାକ୍‍ ବହୁତ ଖରାପ ରହିଛି । ଏଥିପାଇଁ ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories