www.samajalive.in
Saturday, December 6, 2025
17.1 C
Bhubaneswar

ଲକ୍ ଡାଉନ ପରେ ବସ୍ ଯୋଗେ ଓଡିଶା ଫେରିବେ ଗୁଜୁରାଟରେ ଥିବା ପ୍ରବାସୀ ଓଡିଆ

ଭୁବନେଶ୍ବର: ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲଥିଲେ। ଆଲୋଚନାରେ ଗୁଜୁରାଟରେ ଥିବା ଓଡିଆ ଶ୍ରମିକଙ୍କୁ କିପରି ନିରାପଦରେ ଓଡିଶା ଫେରାଇ ଅଣାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଛି ।

ଗୁଜୁରାଟରେ ସର୍ବାଧିକ ପ୍ରବାସୀ ଓଡିଆ ରହିଥିବା କାରଣରୁ ଦୁଇ ରାଜ୍ୟ ମଧ୍ୟରେ ଏକ ସମନ୍ୱୟ କମିଟି ଗଠନ କରାଯିବ । ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ କମିଟିର ଦାୟିତ୍ଵ ଦିଆଯିବ। ମୁଖ୍ୟତଃ ଶ୍ରମିକ ମାନଙ୍କୁ ବସ୍ ଯୋଗେ ଓଡିଶା ଫେରାଇ ଆଣିବାର ବ୍ୟବସ୍ତା କରାଯାଉଛି। ଓଡିଶା ଫେରିବାକୁ ଥିବା ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ କରାଯାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

- Advertisement -

ଅନ୍ୟପଟେ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ବସ ଗୁଡ଼ିକୁ ରୋଡ ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ରୋଡ୍ ଟ୍ୟାକ୍ସ ଛାଡ ନେଇ ୪ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories