www.samajalive.in
Saturday, December 13, 2025
27.1 C
Bhubaneswar

ଖୁଚୁରା ବ୍ୟବସାୟୀଙ୍କୁ ମିଳିବ ସୁପର ପାୱାର ରିଟେଲର୍ ମାନ୍ୟତା

ଏନ୍‌ଏସ୍‌ଡିସି ଓ କୋକାକୋଲା ଇଣ୍ଡିଆ ମଧ୍ୟରେ ବୁଝାମଣା, ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ପରାମର୍ଶ

ଭୁବନେଶ୍ବର : କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି)ର ମିଳିତ ସହଯୋଗରେ ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ବରରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢ଼ାଇପାରିବେ; ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ। ନିଜ ମୋବାଇଲରେ ଆପ୍ ଡାଉନ୍‌ଲୋଡ୍ କରି କିମ୍ବା ୱେବ୍‌ସାଇଟ୍ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ।
ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ପ୍ରଶିକ୍ଷଣ ଦିଆଯିବ। ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ। ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେ କହିଥିଲେ, ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନାଗୁଡ଼ିକ ମଜଭୁତ ସ୍ତମ୍ଭ। ତେବେ ଛୋଟ ଛୋଟ ବ୍ୟବସାୟୀ କୌଣସି ଗୁଣରେ ଟାଟା, ବିର୍ଲା, ଅାଦାନୀଠୁ କମ୍ ନୁହନ୍ତି। ବଡ଼ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ଦକ୍ଷତା ତାଲିମ ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବଦ୍ଧତା ଦେଖାଇଛନ୍ତି। ଆଜି ପରିବର୍ତ୍ତିତ ଦୁନିଆରେ ଭାରତରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି। ଏହା ହିଁ ମୋଦୀଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ। ଆଜିର ବୁଝାମଣାପତ୍ର କ୍ଷୁଦ୍ର ବେପାରୀ ତଥା ଖୁଚୁରା ବ୍ୟବସାୟୀଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କୋକା କୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର କଳା ଦକ୍ଷତାର ଉପଯୋଗ କରି ସ୍ବାବଲମ୍ବୀ ହୋଇଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ। ସ୍କିଲ୍ ଇଣ୍ଡିଆ ଡିଜିଟାଲ ଆପ୍ ଡାଉନ୍‌ଲୋଡ୍ କରି ସେଥିରେ ଥିବା ଭିଡିଓରୁ ଶିକ୍ଷା ନେବା ପାଇଁ କେନ୍ଦ୍ରମନ୍ତ୍ରୀ ରିଟେଲରମାନଙ୍କୁ ପରାମର୍ଶ ଦେଇଥିଲେ। ଏନ୍‌ଏସ୍‌ଡିସି ସିଓଓ ବେଦ ମଣି ତିୱାରୀ କହିଥିଲେ, ଭାରତର ଦକ୍ଷତା ବିକାଶ ପରିବ୍ୟବସ୍ଥାରେ ରୂପାନ୍ତରଣ ବିପ୍ଳବ ଦେଖିବାକୁ ମିଳୁଛି। ଭାରତକୁ ବୈଶ୍ବିକ ଦକ୍ଷତା ହବ୍‌ କରିବା ପାଇଁ ସ୍କିଲ ଇଣ୍ଡିଆ ଡିଜିଟାଲ ସହ ସହଭାଗିତା କରିବା ନିମନ୍ତେ ସେ ଆହ୍ବାନ ଦେଇଥିଲେ। କୋକାକୋଲା ଇଣ୍ଡିଆ ଏବଂ ସାଉଥ୍‌ୱେଷ୍ଟ୍ ଏସିଆର ସଭାପତି ସଙ୍କେତ ରାୟ କହିଥିଲେ, ଖୁଚୁରା ବ୍ୟବସାୟ ପରି ବ୍ୟବସ୍ଥାରେ ଆମେ ମୂଲ୍ୟ ସୃଷ୍ଟି କରୁଛୁ। ଏହି ସହଭାଗିତା ଦ୍ବାରା‌ ଭାରତ ସରକାର ଏବଂ ଶିଳ୍ପ ଅଂଶୀଦାରମାନେ ଏକ ସ୍କିଲିଂ ଇକୋସିଷ୍ଟମ୍‌ର ବିକାଶ କରିପାରିବେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories