ସୋମବାର ରାଶିଫଳ (୧୬.୧୦.୨୦୨୩)

ମେଷ : ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଣ ଆନୁଷ୍ଠାନିକ ତଥା ଗୁପ୍ତ ବ୍ୟବସାୟ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ମନରେ ଭୟ ଉପୁଜିପାରେ।

ବୃଷ :  ଭ୍ରାତୃତ୍ବ ବନ୍ଧନ ଅତ୍ୟନ୍ତ ନିବିଡ଼ ହେବ। ଆୟୁଷ୍ମାନ୍‌ ହେବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି ଜୀବନରେ ଜନସେବା ଉପରେ ଗୁରୁତ୍ବ ଦେବେ। ଦୁର୍ଭାଗ୍ୟବଶତଃ ପ୍ରଭାବହୀନ ହେବ। ସୁସ୍ଥ ରହିବେ।

ମିଥୁନ : କର୍ମଚଞ୍ଚଳ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ବହୁ ସୁଖର ଅଧିକାରୀ ହେବେ। ସାଧୁମାନଙ୍କଠାରୁ ସଦ୍‌ଜ୍ଞାନ ପ୍ରାପ୍ତ ହେବେ।

କର୍କଟ : ଉଦାର ଚରିତ ସମ୍ପନ୍ନ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିପାରେ। ସୁସ୍ଥ ରହିବେ।

ସିଂହ : ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ସ୍ନେହପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅଧସ୍ତନମାନଙ୍କଠାରୁ ଆଦର ସମ୍ମାନ ମିଳିବ। କୃଷି କର୍ମରେ ଦକ୍ଷ ହେବେ। ବିନୟାବନତ ହୋଇପାରନ୍ତି।

କନ୍ୟା : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବା ପରିବର୍ତ୍ତେ ପତ୍ନୀଙ୍କର ବିରାଗଭାଜନ ହୋଇପାରନ୍ତି।

ତୁଳା : ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ଖର୍ଚ୍ଚାନ୍ତ ହେବେ। ସୈନିକମାନେ ରଣକ୍ଷେତ୍ରରେ ପାରଦର୍ଶୀ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉ ଥିଲେ ବି ସ୍ବଳ୍ପ ଆୟ ହେବ। ଖର୍ଚ୍ଚ ପରିମାଣ ଅଧିକ ହେବ।

ବିଛା : କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବେ। ପରିଶ୍ରମୀ ହେବେ।

ଧନୁ : ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇ ଅତ୍ୟନ୍ତ ଖୁସିବ୍ୟକ୍ତ କରିପାରନ୍ତି। ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ଅର୍ଥ ସହିତ ସମ୍ମାନ ମିଳିବ।

ମକର : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ରାଜତୁଲ୍ୟ ପ୍ରଭାବଶାଳୀ ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ଯଶସ୍ବୀ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ।

କୁମ୍ଭ : ଭାଗ୍ୟଶାଳୀ ହୋଇପାରନ୍ତି। ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ବକ୍ତବ୍ୟ ପ୍ରାଣଛୁଅଁା ହେବ।

ମୀନ : ଈର୍ଷା ପରାୟଣ ହେବେ। କଥାବାର୍ତ୍ତାରେ ବାଚାଳତା ପ୍ରକାଶ ପାଇପାରେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସୁସ୍ଥ ରହିବେ।

Comments are closed.