www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଲଙ୍କାକୁ ବୋଲିଂ ; ଅଷ୍ଟ୍ରେଲିଆକୁ ବ୍ୟାଟିଂ ଚିନ୍ତା

ଲକ୍ଷ୍ନୌ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ସୋମବାର ୧୪ତମ ମ୍ୟାଚରେ ଅଷ୍ଟ୍ରେଲିଆ -ଶ୍ରୀଲଙ୍କାକୁ ଭେଟିବ। ଉକ୍ତ ମ୍ୟାଚ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇ ସମାନ ସ୍ଥିତିରେ ରହିଛନ୍ତି। ପ୍ରଥମ ବିଜୟ ସହ ଖାତା ଖୋଲିବା ଲକ୍ଷ୍ୟ ନେଇ ଦୁଇ ଦଳ ଖେଳିବେ।
ପ୍ୟାଟ୍‌ କମିନ୍‌ସ୍‌ଙ୍କ ନେତୃ୍ତ୍ବାଧିନ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ୪ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୧୩୪ରନରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ସେଭଳି ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ମାର୍ଶ ୨ଟି ମ୍ୟାଚରୁ ୭ରନ କରିଛନ୍ତି। ୱାର୍ଣ୍ଣର ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍‌ ସ୍ମିଥ୍‌, ମାର୍ନୁସ ଲାବୁସାନେ, ଜୋଶ ଇଂଲିଶ ପ୍ରମୁଖ ବ୍ୟାଟିଂରେ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ଗ୍ଲେନ ମ୍ୟାକ୍ସୱେଲ, ମାର୍କୋସ ଷ୍ଟୋଇନିସ ମଧ୍ୟ ଅଲରାଉଣ୍ଡର ଭାବେ ଖେଳୁଛନ୍ତି। ବୋଲିଂରେ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ୍‌, ପ୍ୟାଟ୍‌ କମିନ୍‌ସ ଓ ଆଡାମ ଜାମ୍ପା ପ୍ରଥମ ଦୁଇ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦଳ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ଖେଳିବ। ଦଳ ଦୁଇ ମ୍ୟାଚରେ ବୋଲିଂ ଅପେକ୍ଷା ବ୍ୟାଟିଂରେ ଦୁର୍ବଳ ପ୍ରଦର୍ଶନ କରିଛି। ଏପରିକି ୨୦୦ରନ ମଧ୍ୟ ଅତିକ୍ରମ କରିବାରେ ଦଳ ବିଫଳ ହୋଇଛି।
ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ନିକଟରୁ ୬ ୱିକେଟରେ ଓ ଦକ୍ଷିଣ ଆଫ୍ରିକା ନିକଟରୁ ୧୦୨ରନରେ ପରାଜିତ ହୋଇଛି। ଦୁଇ ମ୍ୟାଚରେ ଦଳ ୩୦୦ରୁ ଅଧିକ ରନ କରିଥିଲେ ମଧ୍ୟ ବୋଲିଂ ବିଫଳତା ପାଇଁ ପରାଜୟ ଭୋଗିଛି। ବ୍ୟାଟିଂରେ କୁଶଳ ମେଣ୍ଡିସ ଚମତ୍କାର ଫର୍ମରେ ରହିବା ସହ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଚାରିର୍ଥ ଆଶାଲାଙ୍କା ଓ ଦାସୁନ ସନକା, ସାଦିରା ସମରବିକ୍ରମା ପ୍ରମୁଖ ଭଲ ବ୍ୟାଟିଂ କରୁଛନ୍ତି। ବୋଲିଂରେ ମହେଶ ତୀକ୍ଷଣ, ଦିଲ୍‌ସାନ ମଧୁସଙ୍କା, ମାଥିଶା ପାଥିରାଣା, ଦିମୁଥ ୱାଲାଲାଗେ, ଧନଞ୍ଜୟ ଡିସିଲଭା ପ୍ରମୁଖ ରହିଛନ୍ତି। ଦୁଇ ଦଳ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ସ୍ଥିତି ସୁଧାରିବାକୁ ପଡିବ। ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ରନ କରିବା ନେଇ ସଂଘର୍ଷ କରୁଥିବାବେଳ ଶ୍ରୀଲଙ୍କା ବୋଲରମାନେ ଏହାର ଫାଇଦା ନେବା ଆବଶ୍ୟକ।

ସନକା ବିଶ୍ବକପରୁ ବାଦ୍‌, ମେଣ୍ଡିସ ଅଧିନାୟକ
ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ୧୩ତମ ସଂସ୍କରଣରେ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଥିବା ଶ୍ରୀଲଙ୍କାକୁ ଆଉ ଏକ ଝଟ୍‌କା ଲାଗିଛି। ଅଧିନାୟକ ଦାସୁନ ସନକା ଆହତ ପାଇଁ ବିଶ୍ବକପରୁ ବାଦ୍‌ ପଡିଛନ୍ତି। ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ବିଶ୍ବକପରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସନକାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ସେ ଚଳିତ ବିଶ୍ବକପରେ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲେ। ସନକା ବିଶ୍ବକପରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ କୁଶଳ ମେଣ୍ଡିସଙ୍କୁ ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories